କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପୌରାଞ୍ଚଳ ଆଲୋକୀକରଣ ଆଳରେ ପାଖାପାଖି ୩ କୋଟି ଟଙ୍କାର ଦୁର୍ନୀତି ହୋଇଛି। ଠିକା ସ˚ସ୍ଥା ‘ଏନର୍ଜି ଏଫିସିଏନ୍ସି ସର୍ଭିସ୍‌ ଲିମିଟେଡ୍‌’ ବା ଇଇଏସ୍‌ଏଲ୍‌ ଅଧା ଏଲ୍‌ଇଡି ଲାଇଟ୍‌ ଲଗାଇ ପୂରା ଟଙ୍କାର ବିଲ୍‌ ଉଠାଇ ନେଇଥିବା ଅଭିଯୋଗ ହୋଇଛି। କାଗଜପତ୍ରରେ ଯେତିକି ଲାଇଟ୍‌ ଲାଗିଥିବା ଦର୍ଶାଯାଇଛି, ଅନେକ ଅ˚ଚଳରେ ତାହାର ଅଧା ଲାଇଟ୍ ଲାଗିଛି। ଖୁଣ୍ଟରେ ଆର୍ଥି˚ ବି ଯୋଜନା ଅନୁଯାୟୀ ଲଗାଯାଇନାହିଁ। ‘ସମ୍ବାଦ’ ଟିମ୍‌ ଏହାର ଯାଞ୍ଚ କରିବା ପରେ ଏଭଳି ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏଭଳି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି।

ରାଜ୍ୟର ସର୍ବପୁରାତନ କେନ୍ଦ୍ରାପଡ଼ା ପୌରାଞ୍ଚଳକୁ ଏଲଇଡି ଲାଇଟ୍‌ରେ ଆଲୋକିତ କରିବା ପାଇଁ ୨୦୧୭ ମସିହାରେ ଯୋଜନା ହୋଇଥିଲା। କିନ୍ତୁ ଏହା ବାସ୍ତବ ରୂପ ନେଇଥିଲା ୨୦୧୯ରେ। ଠିକା ସ˚ସ୍ଥା ‘ଇଇଏସ୍‌ଏଲ୍‌’ ନଗର ଉନ୍ନୟନ ବିଭାଗଠାରୁ ଲାଇଟ୍‌ ଲଗାଇବା ଦାୟିତ୍ବ ହାତକୁ ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସ˚ପୃକ୍ତ ସ˚ସ୍ଥା ସବଲିଜ୍‌ରେ ହରିୟାଣାର ‘ଆସ୍ଥା ଇଲେକ୍ଟ୍ରିକାଲ୍‌ସ’ ହାତକୁ କାମ ଟେକି ଦେଇଥିଲା। ୨୧ଵାର୍ଡ ବିଶିଷ୍ଟ କେନ୍ଦ୍ରାପଡ଼ା ପୌରାଞ୍ଚଳର ସବୁ ଵାର୍ଡର ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ଏଲଇଡି ଲାଇଟ୍‌ ଲଗାଯାଇଥିଲା। ସମୁଦାୟ ୩୧୭୫ଟି ବିଭିନ୍ନ ଵାଟ୍‌ର ଏଲଇଡି ଲାଇଟ୍‌ ଲାଗିଥିବା ରିପୋର୍ଟ ସରକାରଙ୍କୁ ଦିଆଯାଇଥିବାବେଳେ ଏ ବାବଦକୁ ମୋଟ୍‌ ୨ କୋଟି ୮୮ଲକ୍ଷ ୬୬ହଜାର ୪୩୫ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ଯେଉଁ ସବୁ ଵାର୍ଡର ମୁଖ୍ୟ ରାସ୍ତାଗୁଡ଼ିକରେ ଯେତିକି ପରିମାଣର ଲାଇଟ୍‌ ଲଗାଯାଇଥିବା ଦର୍ଶାଯାଇଛି, ସେତିକି ଲାଗିନାହିଁ। କେଉଁଠି କାଗଜପତ୍ରରେ ଦର୍ଶାଯାଇଥିବା ସ˚ଖ୍ୟା ତୁଳନାରେ ଅଧା ଲାଗିଛି ତ କେଉଁଠି ତିରିଶ ଚାଳିଶ ଲାଇଟ୍‌ କମ୍‌ ରହିଛି। କେବଳ ସେତିକି ନୁହେଁ, ଆର୍ଥି˚ ବି ସେହି ଅନୁଯାୟୀ ଲଗା ନ ଯାଇ କାଁ ଭାଁ କେତେକ ଖୁଣ୍ଟରେ କାମଚଳା ଢଙ୍ଗରେ ଲଗାଯାଇଛି।

ଉଦାହରଣ ଭାବେ ଜଇପୁରା ହଜାରୀବଗିଚା ରାସ୍ତାର କେନ୍ଦ୍ରାପଡ଼ା ସରକାରୀ ହାଇସ୍କୁଲ୍‌ଠାରୁ ହଜାରୀବଗିଚା ଯାଏଁ ଲାଗିଥିବା ଲାଇଟ୍‌କୁ ନିଆଯାଉ। ପାଖାପାଖି ୧ କିଲୋମିଟର ବିଶିଷ୍ଟ ଏହି ରାସ୍ତାରେ ବିଭିନ୍ନ ଵାଟ୍‌ର ମୋଟ୍‌ ୧୪୧ଟି ଏଲଇଡି ଲାଇଟ୍‌ ବିଦ୍ୟୁତ୍‌ ଖୁଣ୍ଟରେ ଲଗାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। କିନ୍ତୁ ବାସ୍ତବରେ ଗଣିଲା ବେଳକୁ ୬୮ଟି ଖୁଣ୍ଟରେ ୭୯ଟି ଲାଇଟ୍‌ ଲାଗିଥିବା ଦେଖିବାକୁ ମିଳିଛି। ଅର୍ଥାତ୍‌ ରେକର୍ଡରେ ଦର୍ଶାଯାଇଥିବା ସ˚ଖ୍ୟାଠୁ ୬୨ଟି କମ୍‌। ଅନୁରୂପ ଭାବେ ୬୮ରୁ ମାତ୍ର ୧୦ଟି ଖୁଣ୍ଟରେ ଆର୍ଥି˚ ବ୍ୟବସ୍ଥା ରହିଛି। ହାଣ୍ତିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ ଯଦି ଜଇପୁରା ହଜାରୀବାଗିଚା ରାସ୍ତାକୁ ଉଦାହରଣ ଭାବେ ନିଆଯାଏ, ତା ହେଲେ ପୌରାଞ୍ଚଳ ଆଲୋକୀକରଣ ନାଁରେ ଠିକା ସ˚ସ୍ଥା ଏବ˚ ମ୍ୟୁନିସିପାଲିଟି କର୍ତୃପକ୍ଷ କିଭଳି ମିଳିମିଶି କାଗଜପତ୍ରରେ ଅଧିକ ଲାଇଟ୍‌ ଲାଗିଥିବା ଦର୍ଶାଇ କୋଟି କୋଟି ଟଙ୍କା ହରିଲୁଟ୍‌ କରିଛନ୍ତି, ତାହା ଧରାପଡ଼ି ଯାଇଛି। ଅନ୍ୟପକ୍ଷରେ ମ୍ୟୁନିସିପାଲିଟି ବିଭାଗୀୟ କର୍ତୃପକ୍ଷଙ୍କ କହିବା କଥା ହେଉଛି, ଠିକା ସ˚ସ୍ଥା ଲାଇଟ୍‌ ଲଗାଇବା ଦାୟିତ୍ବ ବିଭାଗରୁ ହିଁ ପାଇଥିଲା। ମ୍ୟୁନିସପାଲିଟି ଟେଣ୍ତର‌୍‌ କରି ନାହିଁ କି ବିଲ୍‌ ଦେଇନାହିଁ। ଚୁକ୍ତିନାମା ଏବ˚ ବିଲ୍‌ ବିଭାଗରୁ ହିଁ ହୋଇଥିବା କର୍ତୃପକ୍ଷ କହିଛନ୍ତି।

The post କେନ୍ଦ୍ରାପଡ଼ା ରାସ୍ତା ଆଲୋକୀକରଣରେ ୩ କୋଟିର ଦୁର୍ନୀତି first appeared on Sambad.

from ଜିଲ୍ଲା | Sambad https://ift.tt/3xzTd5s