
କଟକ: ଜଣେ ୩ବର୍ଷର ଶିଶୁ ପୁତ୍ର ଯୌନ ନିର୍ଯାତନାର ଶିକାର ହୋଇଛି। କେହି ଦୁର୍ବୃତ୍ତ ଶିଶୁପୁତ୍ର ସହ ଏକାଧିକ ଥର ପାଶବିକ କାର୍ଯ୍ୟ କରିଛି। ଯଦ୍ୱାରା ଶିଶୁ ପୁତ୍ରର ମଳଦ୍ୱାର ଗୁରୁତର ଭାବେ ସଂକ୍ରମିତ ହୋଇଛି। ଓଲଟପୁର ଥାନା ଅଞ୍ଚଳରେ ଏହି ନିନ୍ଦନୀୟ ଘଟଣା ଘଟିଥିବାବେଳେ ପରିବାର ଲୋକେ ଏ ନେଇ ଏକ ଏତଲା ଦେଇଛନ୍ତିି। ମଙ୍ଗଳବାର ଅସୁସ୍ଥ ଅନୁଭବ କରୁଥିବା ଶିଶୁପୁତ୍ରକୁ ଏସ୍ସିବି ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ଆଣିବାବେଳେ ଘଟଣା ସଂପର୍କରେ ଜଣାପଡ଼ିଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟିର ପରାମର୍ଶକ୍ରମେ ଚାଇଲ୍ଡଲାଇନ ପକ୍ଷରୁ ମଧ୍ୟ ଓଲଟପୁର ଥାନାରେ ଏକ ଏତଲା ଦିଆଯାଇଛି।
ଘଟଣାରୁ ପ୍ରକାଶ ଯେ, ଶିଶୁ ପୁତ୍ରର ମଳଦ୍ୱାର ସଂକ୍ରମିତ ହୋଇଥିଲା। ଗତ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲା। ପରିବାର ଲୋକେ ଓଲଟପୁର ମେଡ଼ିକାଲରେ ତାକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ମଙ୍ଗଳବାର ଦିନ ତାକୁ ଏସ୍ସିବି ମେଡ଼ିକାଲକୁ ଅଣାଯାଇଥିଲା। ଏଠାରେ ଚର୍ମ ରୋଗ ବିଭାଗରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ବେଳେ ସେ ଯୌନ ନିର୍ଯାତନାର ଶିକାର ହୋଇଛି ବୋଲି ବିଭାଗୀୟ ଡାକ୍ତର ଜାଣିବାକୁ ପାଇଥିଲେ। ଏହାପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ମେଡ଼ିକାଲ କର୍ତ୍ତୃପକ୍ଷ ଖବର ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଚାଇଲ୍ଡ ଲାଇନ ସଂଯୋଜକ ନାରାୟଣ ଶୁକ୍ଳା ଏସ୍ସିବି ମେଡ଼ିକାଲରେ ପହଞ୍ଚିଥିଲେ। ଘଟଣା ସଂକ୍ରାନ୍ତରେ ଶିଶୁପୁତ୍ରର ବାପା, ମା କୌଣସି ପୂର୍ବ ସୂଚନା ପାଇ ନାହାନ୍ତି ବୋଲି କହିଥିଲେ। ତେବେ ଶିଶୁପୁତ୍ର ସହ କୌଣସି ଦୁର୍ବୃତ୍ତ ଏକାଧିକ ଥର ଏଭଳି ପାଶବିକ କାର୍ଯ୍ୟ କରିଥିବା ଜଣାପଡ଼ିଛି।
The post ୩ ବର୍ଷର ଶିଶୁ ପୁତ୍ରକୁ ଯୌନ ନିର୍ଯାତନା, ଏକାଧିକ ଥର ଦୁର୍ବୃତ୍ତ କରିଛି ପାଶବିକ କାର୍ଯ୍ୟ first appeared on Sambad.from ଜିଲ୍ଲା | Sambad https://ift.tt/3F0GTh7
0 Comments