ଦେଓଗାଁ : ଦେଓଗାଁ ବ୍ଲକ୍‌ ଘୁଡ଼ଖାପଲା ପଞ୍ଚାୟତ ଖଗସିକନା ଗାଁର ଧରୁଆପଡ଼ା ନିକଟରେ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସୋମବାର କ୍ରାନ୍ତିବୀର ଭଗବାନ ବିର୍ସା ମୁଣ୍ତାଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାସ୍ତରୀୟ ବିଶାଳ ଆଦିବାସୀ ମେଳି ମଧ୍ୟ ହୋଇଥିଲା। ସଭା ଆରମ୍ଭରୁ ଏକ ବି‌ଶାଳ ଶୋଭାଯାତ୍ରାରେ ମଶାଲ ଅଣାଯାଇଥିଲା। ଶତାଧିକ ପୁରୁଷ ମହିଳା ପାରଂପାରିକ ବେଶରେ ଅସ୍ତ୍ର ଧରି ନାଚି ନାଚି ଆସିଥିଲେ। ଏଥିରେ ଦେଓଗାଁ ବ୍ଲକ୍‌ ଆଦିବାସୀ କଲ୍ୟାଣ ସଂଘ ସଭାପତି ସୁଦାମ ଚରଣ ଭୋଇ ସଭାପତିତ୍ବ କରିଥିଲେ। ବ୍ଲକ୍‌ କଳା ଓ ସଂସ୍କୃତି ସଂଘର ଉପସଭାପତି ସୁଦାମ ବିଶି ମ‌ଞ୍ଚ ପରିଚାଳନା କରିଥିଲେ।

ସମ୍ବଲପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଂପାଦକ ଅକ୍ଷୟ ଭୋଇ ମୁଖ୍ୟ ଅତିଥି, ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘ ମହାସଚିବ ନିରଞ୍ଜନ ବିଶି ମୁଖ୍ୟବକ୍ତା, ଅବସରପ୍ରାପ୍ତ ଅବକାରୀ ଏସ୍‌ପି ପୁରୁଷୋତ୍ତମ ଧରୁଆ, ବଲାଙ୍ଗୀର ଜିଲ୍ଲା ଉପସଭାପତି ଶ୍ୟାମସୁନ୍ଦର ଭୋଇ, ଜିଲ୍ଲା ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ସନ୍ତୋଷ ପୁଟା, ସାରଥୀ ବାଗ, ବନମାଳୀ ପୁଟା, ଗିରିଧାରୀ ଭୋଇ, ନିତ୍ୟାନନ୍ଦ ମାଝୀ, ମାହେଶ୍ବରୀ ମାଝୀ, ରବି ଝାଙ୍କର, ରୁପାଧର ପୁଟା, ପୁରନ୍ଦର ଭୋଇ, ବିଜୟ କାଲସାଏ, ଦିବାକର ପୁଟା, ହେମନ୍ତ ମାଝୀ, ରାଧାକାନ୍ତ ଭୋଇ, ହୀରାଧର ମାଝୀ, ସୋମନାଥ ଦେହେରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ବ୍ଲକ ଆଦିବାସୀ କଲ୍ୟାଣ ସଂଘ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆ ସ୍ବାଗତଭାଷଣ ଦେଇଥିଲେ। ଦିବଂଗତ ବଲାଙ୍ଗୀର ଜିଲ୍ଲାର ପୂର୍ବ ସଭାପତି ବ୍ରଜ କିଶୋର ସିଂଭୋଇଙ୍କ ନାମରେ ସଭାସ୍ଥଳକୁ ନାମିତ କରାଯାଇଥିଲା। ମଦ ଛାଡ଼ି ପାଠ ପଢ଼ିବା, ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆଦିବାସୀମାନେ ଏକତା ରକ୍ଷା କରିବା, ଆଦିବସୀଙ୍କ ଜମି, ଜଙ୍ଗଲ, ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଲଢେ଼ଇ କରିବାକୁ ଆହ୍ବାନ କରାଯାଇଥିଲା। ଏହି ଅବସରରେ କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

The post ବିର୍ସା ମୁଣ୍ତାଙ୍କ ଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ଆଦିବାସୀ ମେଳି first appeared on Sambad.

from ଜିଲ୍ଲା | Sambad https://ift.tt/3HqpNv1