
ବଲାଙ୍ଗୀର : ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତ ଗ୍ରାମମାନଙ୍କର ଭୂମିହୀନ ଭାବରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କୁ ସରକାର ସ୍ୱତନ୍ତ୍ର ସହାୟତା ମଞ୍ଜୁର କରିଥିଲେ। ଜଳସମ୍ପଦ ବିଭାଗ ତରଫରୁ ଖୁଣ୍ଟପାଲିର ୨୩ ଜଣ ଓ କଇଣ୍ଡାପାଲିର ୧୩ ଜଣ ଭୂମିହୀନ ପରିବାରଙ୍କୁ ୩ ଲକ୍ଷ ୪୫ ହଜାର ଟଙ୍କା ମଞ୍ଜୁର ହୋଇଛି। ପ୍ରଥମ ପର୍ଯ୍ୟାୟରେ ଖୁଣ୍ଟପାଲିର ଚାରିଜଣ ଭୂମିହୀନ ପରିବାର ଲୋକେ ଦସ୍ତାବେଜ ଦାଖଲ କରି ସହାୟତା ରାଶି ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ମଞ୍ଜୁରିପ୍ରାପ୍ତ ପରିବାରଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ଜାରି ରହିବ।
ଗତ ୧୫ ତାରିଖ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଭୂମିହୀନ ପରିବାରଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ଅଧୀକ୍ଷଣ ଯନ୍ତ୍ରୀ ଜିତେନ୍ଦୁ ପାଣିଗ୍ରାହୀ, ମଣ୍ଡଳ ଅଧିକାରୀ ନୂତନ ସେଠ, ଶଙ୍କର୍ଷଣ ପଧାନ ପ୍ରମୁଖ ଯୋଗଦେଇଥିଲେ।
The post ଲୋୟର ସୁକତେଲ ବିସ୍ଥାପିତ ଗ୍ରାମର ଭୂମିହୀନଙ୍କୁ ସହାୟତା ପ୍ରଦାନ first appeared on Sambad.from ଜିଲ୍ଲା | Sambad https://ift.tt/3wP20jw
0 Comments