ବାଲିଅନ୍ତା:ଆମଓଡ଼ିଶା ଓ ବାଳକାଟି ପ୍ରତାପଶାସନ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା ଅଧୀନ ବାଳିକା ବିଭାଗ ମିଳିତ ଆନୁକୁଲ୍ୟରେ ସୋମବାର ଆୟୋଜିତ ରକ୍ତଦାନ ଶିବିରରୁ ୩୪ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏହି ଶିବିରରେ ସର୍ବାଧିକ ୧୪ ବାଳିକା ଉତ୍ସାହର ସହ ରକ୍ତଦାନ କରିଥିଲେ।

ଜୟଦେବ ବିଧାୟକ ଡ.ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କଲେଜ ଅଧ୍ୟକ୍ଷ ତ୍ରିଲୋଚନ ସ୍ବାଇଁ,୧୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ , ଯୁବନେତା ଅରବିନ୍ଦ ସାହୁ, ସମାଜସେବୀ ରଞ୍ଜନ କୁମାର ମହାପାତ୍ରଙ୍କ ସମେତ ଇଂଜିନିୟର ରୁଦ୍ରପ୍ରସାଦ ଭଞ୍ଜ ପ୍ରମୁଖ ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ସେବା ଯୋଜନା ଅଧିକାରିଣୀ ରଞ୍ଜିତା ପ୍ରଧାନ ସହଯୋଗ କରିଥିଲେ। ବରିଷ୍ଠ ଲାଇବ୍ରେରିଆନ ହେମନ୍ତ କୁମାର ଦାଶ ଓ ସ୍ଥାନୀୟ ସମ୍ବାଦ ପ୍ରତିନିଧି ନିରଞ୍ଜନ ସେନାପତି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ବିଏମସି ବ୍ଲଡ଼ ବ୍ୟାଙ୍କ ଟିମ ରକ୍ତ ସଂଗ୍ରହ କରିଥିଲେ।

The post ପ୍ରତାପଶାସନ ଡିଗ୍ରୀ କଲେଜରୁ ୩୪ ୟୁନିଟ ରକ୍ତ ସଂଗ୍ରହ first appeared on Sambad.

from ଜିଲ୍ଲା | Sambad https://ift.tt/31gDBrM