
ଧଉଳି:ସ୍ଥାନୀୟ ଶିଶୁପାଳଗଡ଼ ଅଞ୍ଚଳରେ ଘରକୁ ଫେରୁଥିବା ଜଣେ କଲେଜ ଛାତ୍ରଙ୍କୁ ମାଡ଼ମାରି ତାଙ୍କ ମୋବାଇଲ ଫୋନ ଜଣେ ନିଶାଡ଼ି ଯୁବକ ଝାମ୍ପି ନେଇଛି। ମାଡ଼ଖାଇ ଲୁଟର ଶିକାର ହୋଇଥିବା ସଂପୃକ୍ତ ଛାତ୍ର ସତ୍ୟ ନାରାୟଣ ସାହୁ ଏସଂପର୍କରେ ସୋମବାର ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଶିଶୁପାଳଗଡ଼ ଅଞ୍ଚଳର ବାଜ ନାମକ ଜଣେ ନିଶାଡ଼ି ବ୍ୟକ୍ତି ମୋବାଇଲ ଫୋନ ନେଇଯାଇଥିବା ସତ୍ୟ ନାରାୟଣ ଏତଲାରେ ଦର୍ଶାଇଛନ୍ତି। ସତ୍ୟ ନାରାୟଣଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଅଭିଯୁକ୍ତ ନିଶାଡ଼ିକୁ ଘରୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ ସତ୍ୟ ନାରାୟଣ ପିପିଲି କଲେଜରେ ଯୁକ୍ତ ୩ ପଢ଼ନ୍ତି।
କଲେଜରୁ ଘରକୁ ଫେରୁଥିବା ବେଳେ ଶିଶୁପାଳଗଡ଼ ଛକ ନିକଟରେ ବାଜ ତାଙ୍କୁ ଟଙ୍କା ମାଗିଥିଲେ। ସେ ପାଖରେ ଟଙ୍କା ନାହିଁ କହିବାରୁ ତାଙ୍କୁ ମାଡ଼ମାରି ମୋବାଇଲ ଫୋନ ଲୁଟି ନେଇଥିଲେ। ରିପୋର୍ଟ ଲେଖା ହେବା ବେଳକୁ ଏନେଇ ଥାନାରେ ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି।
The post ଛାତ୍ରକୁ ମାଡ଼ମାରି ମୋବାଇଲ ଫୋନ ଝାମ୍ପିନେଲେ ଦୁର୍ବୃତ୍ତ first appeared on Sambad.from ଜିଲ୍ଲା | Sambad https://ift.tt/3E5ulVT
0 Comments