ହରଭଙ୍ଗା:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ଗ୍ରାମରେ ୨ଜଣ ନାବାଳିକାଙ୍କର ବାଲ୍ୟବିଭାହକୁ ହରଭଙ୍ଗା ପୁଲିସ ସହାୟତାରେ ଜିଲ୍ଲା ଚାଇଲଡ଼ ଲାଇନ ରୋକିଛି । ପ୍ରାପ୍ତ ସୂଚନା ଅନୁଯାୟୀ ତଳଗାଁରେ ଦୁଇ ନାବାଳିକା ଭଉଣୀଙ୍କର ନିର୍ବନ୍ଧ ସାରି ବିବାହ ଦିନ ଧାର୍ଯ୍ୟ ହୋଇଥିବା ରବିବାର ଦିନ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧକାରିଣୀ ନିରୂପମା ପାଣି ଜାଣିବାକୁ ପାଇଥିଲେ |

ଏହା ପରେ ଚାଇଲଡ଼ ଲାଇନର ହରଭଙ୍ଗ। ସଂଯୋଜିକା ବବିନା ନାଏକ, ହରଭଙ୍ଗା ଥାନାର ଏଏସଆଇ, ଅରୁନ୍ଧନ୍ତି ସାହାଣୀ ଓ ଷ୍ଟାଫଙ୍କ ସମେତ ଚାଇଲଡ଼ ଲ।ଇନର ସଦସ୍ୟମାନେ ଉପାନ୍ତ ତଳଗାଁକୁ ଯାଇ ଉଭୟଙ୍କ ବାଲ୍ୟ ବିବାହ ଉପରେ ରୋକ ଲଗାଇ ଯେଉଁ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ୧୮ ବୟସ ପୁରିନାହିଁ ସେମାନଙ୍କୁ ବିବାହ କରାଇବେ ନାହିଁ ବୋଲି ତାଙ୍କ ବାପା ମା ଙ୍କଠାରୁ ଏକ ଚୁକ୍ତିନାମା ନେଇଥିବା ଜଣାଯାଇଛି। ଯଦି ସେମାନେ ଚୁକ୍ତିର ଖିଲାପ କରନ୍ତି ହେବେ ତେବେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି ଉକ୍ତ ଚୁକ୍ତିପତ୍ରରେ ଉଲ୍ଲେଖ ରହିଛି।

The post ୨ ଜଣ ନାବାଳିକାଙ୍କ ବାଲ୍ୟ ବିବାହକୁ ରୋକିଲା ଚାଇଲଡ଼ ଲାଇନ first appeared on Sambad.

from ଜିଲ୍ଲା | Sambad https://ift.tt/3FAkcRo