ଭଞ୍ଜନଗର: ବାଇକରେ ଚାଲାଣ ହେଉଥିଲା ଗଞ୍ଜେଇ। ଖବର ପାଇ ଚଢଉ କଲା ପୁଲିସ। ଭଞ୍ଜନଗର ଥାନା ଅଧୀନ କନ୍ଧମାଳ-ଗଞ୍ଜାମ ସୀମାନ୍ତ ଦୁର୍ଗାପ୍ରସାଦ ନିକଟରେ ଏକ କଳା ରଙ୍ଗର ମଟର ସାଇକଲରେ କନ୍ଧମାଳ ଜିଲ୍ଲାର ଉଦୟଗିରି ଥାନା ପେନଲା ଗ୍ରାମର ସୂର୍ଯ୍ୟକାନ୍ତ ନାୟକ ଏବଂ ବାମୁଣିଆ ଥାନା ମୁର୍ଶିଦାବାଦର ପ୍ରକାଶ ମଣ୍ଡଳ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଧରି ଭୁବନେଶ୍ବରକୁ ଯାଉଥିଲେ। ଏହି ସମ‌ୟରେ ଏସ୍‌ଆଇ କେଶବ ଷଢଙ୍ଗୀ ପେଟ୍ରୋଲିଂ କରିବା ସମୟରେ ସନ୍ଦେହରେ ଦୁଇଜଣଙ୍କୁ ଅଟକାଇ ଯାଞ୍ଚ କରିଥିଲେ।

ସେମାନଙ୍କ ପାଖରେ ଥିବା ଏକ ବ୍ୟାଗ୍‌ରୁ ଗଞ୍ଜେଇ ଥିବା ଜାଣି ତାକୁ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲେ। ମାଜି‌ଷ୍ଟ୍ରେଟ୍‌ ତଥା ତହସିଲଦାର ଆଲୋକ ପ୍ରଧାନଙ୍କ ଉପସ୍ଥିତିରେ ସେମାନଙ୍କ ଠାରୁ ୨୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଏନେଇ କେସ୍‌ ନମ୍ବର ୫୦୮ରେ ଏକ ମାମଲା ରୁଜୁ ହୋଇଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

The post ୨୩ କେଜି ଗଞ୍ଜେଇ ସହ ୨ ଅଭିଯୁକ୍ତ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3DDwVSM