ବଲାଙ୍ଗୀର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଦ୍ୱିତୀୟ ବର୍ଷ ରିଆଡମିସନ ଫି’ ଅହେତୁକ ବୃଦ୍ଧି ପ୍ରତିବାଦରେ ଗୁରୁବାର ଛାତ୍ରଛାତ୍ରୀମାନେ କ୍ୟାମ୍ପସ ପରିସରରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି। କଳା ଓ ବାଣିଜ୍ୟରେ ୧୬୩୪ ଟଙ୍କା ଓ ବିଜ୍ଞାନ ବିଭାଗରେ ୧୯୦୦ରୁ ଅଧିକ ଟଙ୍କା ରିଆଡମିସନ ଫି’ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଫି’ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନ କରିବାକୁ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି।

କରୋନା କାଳରେ ଲକ୍‌ଡାଉନ ଆର୍ଥିକ ସଂକଟ ଓ ମରୁଡ଼ି ପରିସ୍ଥିତିରେ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ବିଶ୍ୱବିଦ୍ୟାଳୟ ବିକାଶ ନାଁରେ ଫି’ ବୃଦ୍ଧି ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅନ୍ୟାୟ ବୋଲି ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି।

The post ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି first appeared on Sambad.

from ଜିଲ୍ଲା | Sambad https://ift.tt/3FLhQ22