କେନ୍ଦୁଝର : କେନ୍ଦୁଝର ସଦର ଥାନା ଗୋପୀନାଥପୁର ପଞ୍ଚାୟତ଼ ଜଳବଙ୍ଗ ପାଗଳା ପୋଖରୀରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସାହିର ଶିରିପିତ଼ ନାଏକଙ୍କ ପୁଅ ରମେଶ ନାଏକ(୩୫) ଗତ଼କାଲି ରାତି ପ୍ରାୟ ୮ଟାବେଳେ ପୋଖରୀକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରି ନଥିଲେ। ତ଼ାଙ୍କୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତ଼ାଙ୍କର ସନ୍ଧାନ ମିଳି ନଥିଲା। ଆଜି ସକାଳୁ ପୋଖରୀରେ ତ଼ାଙ୍କର ଶବ ଭାସୁଥିବେଳେ ଶୌଚ ହେବାକୁ ଯାଇଥିବା ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ସଦର ଥାନା ଏସ୍ ଆଇ ଦୁଷ୍ମନ୍ତ ସିଂ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚ଼ିକିତ୍ସାଳୟକୁ ପଠାଇଥିଲେ। ଏନେଇ କେସନଂ ୮୬/୨୧ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତାଙ୍କ ସ୍ତ୍ରୀ, ଦୁଇ ଝିଅ ବର୍ତ୍ତମାନ ଅସହାୟ ହୋଇଯାଇଛନ୍ତି।

The post ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3cMhlZa