
ବୌଦ୍ଧ : ଅବକାରୀ, ପୁଲିସ, ରାଜସ୍ବ ବିଭାଗର ମିଳିତ ଚଢ଼ଉରେ ବୁଧବାର ୨୯.୭୫ ଏକର ସରକାରୀ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବୌଦ୍ଧ ଥାନା ବାରକୋଡ଼ା ଗାଁ ନିକଟରେ ଚାଷ କରାଯାଇଥିବା ମୋଟ ୨୯,୭୫୦ ଗଛ କାଟି ପୋଡ଼ି ନଷ୍ଟ କରାଯାଇଥିବା ବେଳେ ଏହାର ବଜାର ଦର ପ୍ରାୟ ତିନି କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଚଢ଼ଉରେ ମାଜିଷ୍ଟ୍ରେଟ, ଏପିଆର୍ ଯବାନ, ରାଜସ୍ବ ନିରୀକ୍ଷକ, ଅବକାରୀ ମୋବାଇଲ ସ୍କ୍ବାଡ, ଜିଲ୍ଲା ମୁଖ୍ୟାଳୟ ସହ ଜିଲ୍ଲାର ସମସ୍ତ ଅବକାରୀ ଥାନାର ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।
The post ବୌଦ୍ଧ: ୩୦ ଏକର ସରକାରୀ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3oWOEOS
0 Comments