
ମାଲକାନଗିରି: ମାଲକାନଗିରି ନକ୍ସଲ ଦ୍ବାରା ଅପହୃତ ଇଂଜିନିୟର ସ୍ବାମୀକୁ ଖୋଜିବାକୁ ବାହିରିଛନ୍ତି ପତ୍ନୀ ଏବଂ ଏକ ବର୍ଷର ପୁଅ। ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ସଡକ ଯୋଜନାର କାମ ତଦାରଖ କରିବା ପାଇଁ ଇଂଜନିୟର ଅଜୟ ରୋଷନ ବିଜାପୁର ଜିଲ୍ଲାର କୁରନା ଏବଂ ମକେଲିକୁ ଯାଇଥିବା ବେଳେ ନିଜ ପିଅନ ସହ ସେ ନକ୍ସଲ ଦ୍ବାରା ଅପହୃତ ହୋଇଥିଲେ। ତେବେ ସ୍ବାମୀ ନକ୍ସଲ ଦ୍ବାରା ଅପହୃତ ହୋଇଥିବା ନେଇ ଜାଣିବା ପରେ ସେ ଆଜି ଜଙ୍ଗଲ ଭିତରେ ନିଜ ପୁଅକୁ ନେଇ ସ୍ବାମୀଙ୍କୁ ଖୋଜିବାରେ ଲାଗିଛନ୍ତି।
ସ୍ବାମୀଙ୍କୁ ନକ୍ସଲ କବଳରୁ ଫେରାଇ ଆଣିବାକୁ ସେ ନକ୍ସଲ ନିକଟରେ ନେହୁରା ହୋଇଛନ୍ତି। ତାଙ୍କ ସ୍ବାମୀ ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ ତାଙ୍କର କୌଣସି ଭୁଲ ନଥିବା କହିଛନ୍ତି ପତ୍ନୀ। ତେବେ ସେ ଆଜି ସକାଳୁ ସ୍ବାମୀଙ୍କୁ ଜଙ୍ଗଲରେ ଖୋଜି ବୁଲୁଥିବା ଦେଖିବାକୁ ମିଳିଛି। ତାଙ୍କ ସ୍ବାମୀ ନିର୍ଦୋଷ ବୋଲି ସେ କାକୁତିମିନତି ହେଉଛନ୍ତି।ସ୍ବାମୀଙ୍କୁ ନେଇ ହିଁ ଘରକୁ ଫେରିବେ ବୋଲି ଜିଦ ଧରିଛନ୍ତି। ଅନ୍ୟଦିଗରେ ପୁଲିସ ଏନେଇ ତଦନ୍ତ କରୁଥିବା ବେଳେ ପୁଲିସର କାମକୁ ନେଇ ଅସନ୍ତୋଷ ଜାହିର କରାଯାଇଛି।ଗ୍ରାମବାସୀ ମଧ୍ୟ ଇଂଜିନିୟର ଲାକ୍ରାଙ୍କୁ ଛାଡିଦେବା ପାଇଁ ନିବେଦନ କରିଛନ୍ତି। ସେହିପରି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଜଙ୍ଗଲରେ ନକ୍ସଲଙ୍କୁ ଭେଟି ଇଂଜିନିୟରଙ୍କୁ ନକ୍ସଲ କବଳରୁ ଛଡାଇ ଆଣିବାକୁ ଜଙ୍ଗଲରେ ପଶିଥିବା ଜଣାପଡିଛି।
The post ଇଂଜିନିୟର ଏବଂ ପିଅନକୁ ନକ୍ସଲ ଅପହରଣ ଘଟଣା: ସ୍ବାମୀଙ୍କୁ ମୁକୁଳାଇବା ପାଇଁ ଜଙ୍ଗଲ ମୁହାଁ ପତ୍ନୀ first appeared on Sambad.from ଜିଲ୍ଲା | Sambad https://ift.tt/30jPnkZ
0 Comments