
ସିକୋ: ବେଗୁନିଆ ବ୍ଲକର ସିକୋ, ଶଗଡ଼ଭଙ୍ଗା, ହୀରାପୁର ଏବଂ ହଜ ପଞ୍ଚାୟତର ବିଭିନ୍ନ ଅଂଚଳରେ ଧାନ ବିଲରେ ଚକଡ଼ା ପୋକ ଲାଗି ଅନେକ ଏକର ଧାନ ଫସଲ ନଷ୍ଟ ହୋଇଛି । କୃଷି ବିଭାଗ ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ପରେ ଗତକାଲି ବେଗୁନିଆ ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ରଥ ,ଓଭରସିୟର ଶ୍ୟାମସୁନ୍ଦର ବେହେରା ,ଗ୍ରାମ୍ୟ କୃଷି କର୍ମଚାରୀ ଇଶାନ ଚନ୍ଦ୍ର ନାୟକ ଏବଂ କୃଷକ ସାଥି ଦାଶରଥୀ ନରେନ୍ଦ୍ର ପ୍ରମୁଖ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ I
କୃଷକମାନଙ୍କୁ କ୍ଷେତରେ କୁକୁଡ଼ା ଖତ ୟୁରିଆ ସାର ବ୍ୟବହାର ନକରିବା ପାଇଁ ବାରଣ କରିଥିଲେ । ଜମିର ଧାନ ଗଛ ଗୁଡିକ ଦୁଇ ଫୁଟରେ କନ୍ଦି କରିବା ସହିତ ଆବଶ୍ୟକୀୟ ଔଷଧ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେବା ସହିତ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଚାଷୀମାନଙ୍କୁ କହିଥିଲେ ।
The post ବେଗୁନିଆରେ ଚକଡା ପୋକ: କ୍ଷେତ୍ର ପରିଦର୍ଶନ କଲେ କୃଷି ଅଧିକାରୀ first appeared on Sambad.from ଜିଲ୍ଲା | Sambad https://ift.tt/3c7nH55
0 Comments