ବଲାଙ୍ଗୀର : ମଦ୍ୟପ ଯୁବତୀଙ୍କ ଉନ୍ମତ୍ତକାଣ୍ଡ ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ହୋଇଛି। ମଦ୍ୟପ ଯୁବତୀ ଜଣକ ଟ୍ରାଫିକ୍‌ କନେଷ୍ଟବଳଙ୍କୁ ମାଡ଼ ମାରିବା ସହିତ ଥାନା ସାମ୍ନାରେ ହଂଗାମା କରିଛନ୍ତି। କଚେରି ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ୍‌ କନଷ୍ଟେବଳ ଅମୀୟ ପଟେଲଙ୍କୁ ହଠାତ୍‌ ଜଣେ ମଦ୍ୟପ ଯୁବତୀ ଆସି ଆକ୍ରମଣ କରିଥିଲେ। ଯାହା ଇଚ୍ଛା ତାହା କହି ଚପଲରେ ପିଟିଥିଲେ। ତାପରେ ପୁଲିସ ଟିମ୍‌ ଟାଉନ ଥାନା ସାମ୍ନାକୁ ଆଣିଥିଲେ। ଟାଉନ୍‌ ଥାନା ସାମ୍ନାରେ ଯୁବତୀ ଜଣକ ହଠାତ୍‌ ଉଲଗ୍ନ ହୋଇ ପୁଲିସକୁ ଗଳିଗୁଲଜ କରିଥିଲେ। ବହୁ କଷ୍ଟରେ ପୁଲିସ ଟିମ୍‌ ଯୁବତୀ ଜଣଙ୍କୁ କାବୁ କରିବା ପରେ ଥାନା ଭିତରେ କିଛି ସମୟ ରଖିଥିଲେ।

ତଦନ୍ତରୁ ଯୁବତୀ ଜଣଙ୍କ ପଶ୍ଚିମବଂଗର ବୋଲି ଜଣାପଡ଼ିଥିଲା। ବହୁଦିନ ହେଲା ସେ ଭୁବନେଶ୍ୱରରେ ରହୁଥିବା ଅନୁମାନ କରାଯାଉଛି। କେହି ତାଙ୍କୁ ବଲାଙ୍ଗୀରକୁ ଡାକି ମଦ ପିଆଇ ଛାଡ଼ିଦେଇଥିବା ସନ୍ଦେହ କରାଯାଉଛି। ଯୁବତୀ ଜଣକ ଭୁବନେଶ୍ୱର ଯିବାକୁ କହୁଥିବାରୁ, ତାଙ୍କୁ ସେଠାକୁ ପଠାଇବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

The post ମଦ୍ୟପ ଯୁବତୀଙ୍କ ଉନ୍ମତ୍ତକାଣ୍ଡ, ଥାନା ସାମ୍ନାରେ ଉଲଗ୍ନ ହୋଇ ପୁଲିସକୁ ଗାଳିଗୁଲଜ first appeared on Sambad.

from ଜିଲ୍ଲା | Sambad https://ift.tt/3nOnk4A