ଛତ୍ରପୁର : ଛତ୍ରପୁର ଏନଏସିର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁକ୍ତା ଯୋଜନାରେ ୧ କୋଟି ୫୪ ଲକ୍ଷ ୨୮ ହଜାର ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଥିବାରୁ ଶୁକ୍ରବାର ଛତ୍ରପୁର ଏନଏସିବାସୀଙ୍କ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି। ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର କଲ୍ୟାଣ ମଣ୍ତପ ପରିସରରେ ବିଜେଡି ନଗର ସଭାପତି ବି. ରାଜିବାବୁ ଓ ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓଙ୍କ ସଂଯୋଜନାରେ ଆୟୋଜିତ ଏହି କୃତଜ୍ଞତା ସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଛତ୍ରପୁର ଏନଏସିରେ ଶିଶୁ ଉଦ୍ୟାନ, ପବ୍ଲିକ ଜିମ୍, ଚାଲିବା ରାସ୍ତା, ପାର୍କ ପ୍ରମୁଖ ୩୬ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିଥିବାରୁ ବିଧାୟକ ଶ୍ରୀ ବେହେରା, ବିଜୁ ଆଇନ ସାମ୍ମୁଖ୍ୟର ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ  ଅଶୋକ କୁମାର ଚୌଧୁରୀ, ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ପୂର୍ଣ୍ଣବାସୀ ମହାପାତ୍ର ପ୍ରମୁଖ ମଂଚାସୀନ ରହି ଅଂଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଜୁ ଆଇନ ସାମ୍ମୁଖ୍ୟର ଆବାହକ ମନୋଜ କୁମାର ପାଢୀ, ସଭାପତି ସୁରେଶ କୁମାର ପଣ୍ତା, ଉପସଭାପତି ଅହି ଭୂଷଣ ସାହୁ, ରାମକୃଷ୍ଣ ଦାଶ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ପ୍ରଦୀପ ପାତ୍ର, କାଳୀପ୍ରସାଦ ଦାଶ, କୃଷ୍ଣ ବେହେରା, ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର୍‌ କିଶୋର ଚନ୍ଦ୍ର ସେନାପତି, ରାଜେଶ କୁମାର ସାହୁ ଓ ବାଦଲ ପାଣ୍ତି, ବିଜେଡି ଯୁବନେତା ଅଟ୍ଟଳ ବିହାରୀ ପଟ୍ଟନାୟକ, ସନ୍‌ମୁଖ ପଟ୍ଟନାୟକ, ଟି. ନାରାୟଣ, ଏନ୍. ଗିରିଧର ରାଓ, ରବୀନ୍ଦ୍ର ସାହୁ, ବଳରାମ ରେଡ୍ଡୀ, ଛାତ୍ର ବିଜେଡି ଜିଲ୍ଲା ସମ୍ପାଦକ ନାଗେଶ୍ବର ରାଓଙ୍କ ସମେତ ବହୁ ଅଂଚଳବାସୀ ଓ ବିଜେଡି ନେତୃମଣ୍ତଳୀ ଉପସ୍ଥିତ ଥିଲେ।

The post ମୁକ୍ତା ଯୋଜନାରେ ଛତ୍ରପୁର ଏନ୍ଏସିକୁ ୧.୫୪ କୋଟି ମଞ୍ଜୁର first appeared on Sambad.

from ଜିଲ୍ଲା | Sambad https://ift.tt/3oXkCKE