
ଭଞ୍ଜନଗର : ସହରାଞ୍ଚଳରଗୁଡ଼ିକରେ ଶ୍ରମିକଙ୍କ ସହ ସ୍ବୟଂ ସହାୟକ ମହିଳାଙ୍କୁ ରୋଜଗାର ଦେବା ପାଇଁ ରାଜ୍ୟ ସରାକାର ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା) ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଭଞ୍ଜନଗର ସହରର ବକାଶ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ୨୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସ୍ଥାନୀୟ ବନ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ସହରର ୧୫ ୱାର୍ଡ଼ରେ ଏହି ଟଙ୍କା ଖର୍ଚ୍ଚ ହେବ। ସହରବାସୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଆଯିବ। କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ଦିଗରେ ଏନ୍ଏସି ପକ୍ଷରୁ ବିଭିନ୍ନ ଉନ୍ନୟନ ଓ ସୌନ୍ଦର୍ଯ୍ୟ ମୂଳକ କାର୍ଯ୍ୟ ହାତକୁ ନିଆଯିବ। ସହରର ବିଭିନ୍ନ ସ୍ଥାନରେ ୪ ଖୋଲା ବ୍ୟାୟାମ କେନ୍ଦ୍ର, ୬ ଲକ୍ଷ ଟଙ୍କା ବିନିମୟରେ ୨ ୱାକିଂ ଟ୍ରାକ୍, ଖେଳ ପଡ଼ିଆ ଉନ୍ନତୀକରଣ ସହ ଛୋଟପିଲାଙ୍କ ପାଇଁ ୪ ଶିଶୁ ଖେଳପଡ଼ିଆ, ଜଳାଶୟଗୁଡ଼ିକର ସୌନ୍ଦର୍ଯ୍ୟୀକରଣ,ଏଲ୍ଆଇ କଲୋନୀ ଓ ବକୁଳବନ ସାହି ମଧ୍ୟରେ ଥିବା ହାତୀବନ୍ଧର ସୌନ୍ଦର୍ଯ୍ୟକରଣ, ସହରର ଜନଗହଳି ସ୍ଥାନରେ ୬ ଶୌଚାଳୟ ନିର୍ମାଣ, ମିନିପାର୍କ ନିର୍ମାଣ ଓ ରାସ୍ତାଘାଟ ସମେତ ଡ୍ରେନ୍ ନିର୍ମାଣ କାର୍ଯ୍ୟ କରିବା ନେଇ ଯୋଜନା ରହିଛି। ଏଥିସହ ପୁରୁଣା ଜେଲ୍ ନିକଟରେ ପ୍ରାୟ ୫୦ ଲକ୍ଷ ଟଙ୍କା ବିନିଯୋଗରେ ସହରର ଉଠା ଦୋକାନିଙ୍କ ସୁବିଧା ନିମନ୍ତେ ଏକ ଭେଣ୍ଡିଂ ଜୋନ ନିର୍ମାଣ କରାଯିବ।
The post ମୁକ୍ତା ଯୋଜନାରେ ଭଞ୍ଜନଗରକୁ ୩.୨୨କୋଟି first appeared on Sambad.from ଜିଲ୍ଲା | Sambad https://ift.tt/3FOfpf8
0 Comments