ନିରାକାରପୁର : ଖୋର୍ଦ୍ଧା ବ୍ଲକ ମଳିପଡ଼ା ଅଞ୍ଚଳର ଭିନ୍ନକ୍ଷମ ଅର୍ଜୁନ ବେହେରା (୩୦) ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏକ ଛୋଟିଆ ଚା ଓ ଖିଲିପାନ ଦୋକାନକରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ବିଶେଷକରି ତାଙ୍କର ଚା ଓ ଖିଲିପାନ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ବେଶ୍‌ ଚାହିଦା ରହିଛି।

ସୂଚନା ଯୋଗ୍ୟ ଯେ ମଳିପଡ଼ା ଗ୍ରାମର ଚନ୍ଦ୍ରମଣି ବେହେରାଙ୍କ ପୁଅ ଅର୍ଜୁନ ଜନ୍ମରୁ ସେ କିଛି ଶୁଣିପାରନ୍ତି ନାହିଁ କି ସେ କିଛି କହିପାରନ୍ତି ନାହିଁ। ଡାକ୍ତରଙ୍କ ପରାମର୍ଶ ଓ ବହୁ ଅର୍ଥ ଖର୍ଚ୍ଚ ସତ୍ତ୍ବେ ସେ ଭଲ ହୋଇପାରିନଥିଲେ। ସେ ନରଣଗଡ଼ ପଞ୍ଚାୟତର ହାଡ଼ପଦା ମୁକବଧିର ସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ତା ପରେ ଅର୍ଥ ଅଭାବରୁ ତାଙ୍କ ପାଠପଢ଼ାରେ ଡୋରି ବନ୍ଧାଯାଇଥିଲା। ଶେଷର ଗାଁ ମୁଣ୍ତରେ ଏକ ଖିଲପାନ ଏବଂ ଚା ଦୋକାନ କରି ଯାହା ରୋଜଗାର କରୁଛନ୍ତି ସେ ନିଜେ ଚଳିବା ସହ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ତାଙ୍କର ୬୫ପ୍ରତିଶତ ଭିନ୍ନକ୍ଷମ ସାର୍ଟିଫିକେଟ୍ ଜରିଆରେ ସରକାରୀ ପ୍ରୋତ୍ସାହନ ୫୦୦ଟଙ୍କା ବ୍ୟତୀତ ଅନ୍ୟାନ୍ୟ ଯୋଜନାରୁ ବଞ୍ଚିତ ଅଛନ୍ତି। ଏପରିକି ରାସନ କାର୍ଡଟିଏ ନଥିବାରୁ ସେ ବହୁ ଅସୁବିଧାରେ କୁଟୁମ୍ବ ପାଳୁଥିବା କହିଛନ୍ତି।

The post ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଦିବ୍ୟାଙ୍ଗ ଅର୍ଜୁନ: ଚା ଓ ଖିଲିପାନ ଦୋକାନ କରି ପ୍ରତିପୋଷଣ କରୁଛନ୍ତି ନିଜର ପରିବାର first appeared on Sambad.

from ଜିଲ୍ଲା | Sambad https://ift.tt/2ZSu6Pb