
ଭବାନୀପାଟଣା : ରନ୍ଧନ ଗ୍ୟାସ୍, ତୈଳଦର ବୃଦ୍ଧି ପ୍ରତିବାଦରେ ବୁଧବାର କେନ୍ଦ୍ର ସରକାର ବିରୋଧରେ ବିଜୁ ଯୁବ-ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ଭବାନୀପାଟଣା ସଦର ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଜିଲ୍ଲା ଯୁବ ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲ୍ଲା ମହିଳା ସଭାପତି ଲଳିତା ନାଏକ, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ଉପସଭାପତି ଜିତେନ୍ଦ୍ର ମହାନ୍ତି, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ସମ୍ପାଦିକା ସବିତା ପ୍ରଧାନ, ରାଜ୍ୟ ପରିଷଦ ସଦସ୍ୟ ଭବାନୀଶଙ୍କର ନିଆଲ, ଟିକେଲାଲ ସାହୁ, ସମିତା ନାୟକ, ନେହା ସାହୁ, ଟାଉନ୍ ସଭାପତି ଧବଳେଶ୍ବର ମହାପାତ୍ର, ରବି ପଟ୍ଟନାୟକ, ପ୍ରେମରଞ୍ଜନ ପାଣିଗ୍ରାହୀ, ସାମନ୍ତ ଖମାରୀ, ରାଜୀବ ଶତପଥୀ, ନିହାର ମିଶ୍ର, ପ୍ରଦୀପ ମୁଣ୍ଡ, ପ୍ରଦୀପ ଦାସ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସଦର ବ୍ଲକ୍ ବିଡିଓଙ୍କୁ ଦାବିପତ୍ର ଦେଇଥିଲେ।
The post ରନ୍ଧନ ଗ୍ୟାସ୍ ଓ ଦରଦାମ ବୃଦ୍ଧି ପ୍ରତିବାଦରେ ଭବାନୀପାଟଣାରେ ବିଜେଡିର ବିକ୍ଷୋଭ first appeared on Sambad.from ଜିଲ୍ଲା | Sambad https://ift.tt/30UEaau
0 Comments