
ଚାନ୍ଦିପୁର : ଗତକାଲି ବିଳମ୍ବିତ ରାତିରେ କାର୍ ଯୋଗେ ଘରକୁ ଫେରୁଥିବା ବେଳେ ଚାନ୍ଦିପୁର ଥାନା ସୋନାପୁର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଚିତ୍ତରଂଜନ ମହାନ୍ତି। ଗତ ରାତି ପ୍ରାୟ ସାଢ଼େ ୧୨ଟା ପାଖାପାଖି ସମୟରେ ଚିତ୍ତରଂଜନ ତାଙ୍କ ଓଡି୦୧ଏକ୍ସ-୯୩୧୫ ନମ୍ବର କାର୍ରେ ବଳରାମଗଡ଼ିସ୍ଥିତ ଘରକୁ ଫେରୁଥିଲେ। ସୋନାପୁର ଛକରେ ଭାରସାମ୍ୟ ହରାଇବା ପରେ କାରଟି ରାସ୍ତାପାର୍ଶ୍ବରେ ଥିବା ଏକ ଖୁଣ୍ଟରେ ଧକ୍କା ହୋଇ ରାସ୍ତାତଳକୁ ଥିବା ଏକ ପୋଖରୀ ଭିତରକୁ ପଶିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପାଣି ଭିତରୁ ଉଦ୍ଧାର କରି ବାଲେଶ୍ବର ବଡ଼ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ଚିତ୍ତରଂଜନଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଚାନ୍ଦିପୁର ଥାନା କେସ୍ ନଂ ୯୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଚିତ୍ତରଂଜନଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
The post ଖୁଣ୍ଟରେ ବାଡ଼େଇ ହୋଇ ପୋଖରୀକୁ ପଶିଗଲା କାର, ଯୁବକ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3I5ckth
0 Comments