
ସମ୍ବଲପୁର : ଦିଲ୍ଲୀର ରୋଜେଟ୍ ହାଉସ୍ରେ ଅନୁଷ୍ଠିତ ଦିଲ୍ଲୀ ଟାଇମ୍ ଫେସନ୍ ସପ୍ତାହରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିଛି ସମ୍ବଲପୁରୀ ବାନ୍ଧକଳା। ବଛାବଛା ମଡେଲ୍ମାନେ ସମ୍ବଲପୁରୀ ଡିଜାଇନର୍ ପୋଷାକ ପରିଧାନ କରି ଉକ୍ତ ଫେସନ୍ ସୋ’ରେ ଭାଗ ନେଇଥିଲେ। ସମ୍ବଲପୁରୀ ପୋଷାକର ସୌନ୍ଦର୍ଯ୍ୟ, ଡିଜାଇନ ଓ ଉଜ୍ଜ୍ବଳ ରଂଗର ଚମକ ଅନ୍ୟ ପୋଷାକ ଗୁଡ଼ିକୁ ଫିକା କରି ଦେଇଥିଲା। ଏଭଳି ଏକ ପ୍ରତିଷ୍ଠିତ ଫେସନ୍ ପ୍ଲାଟ୍ଫର୍ମରେ ସମ୍ବଲପୁରୀ ବାନ୍ଧକଳା ସ୍ଥାନ ପାଇବା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା ବୋଲି ସମ୍ବଲପୁରୀ ହସ୍ତତନ୍ତର ପୃଷ୍ଠପୋଷକ ପ୍ରଦୀପ ସାହାରି ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସାକ୍ଷୀ ହ୍ୟାଣ୍ଡଲୁମ୍ର ସତ୍ତ୍ବାଧିକାରୀ ଶ୍ରୀ ସାହାରିଙ୍କ ବିଭିନ୍ନ ଡିଜାଇନ୍ ଉକ୍ତ ଫେସନ୍ ସୋ’ରେ ସ୍ଥାନ ପାଇଥିଲା। ଏହା ଉପରେ ସୂଚନା ଦେଇ ସେ କହିଛନ୍ତି ଯେ ସମ୍ବଲପୁରୀ ଇକ୍କତ୍ ହେଉଛି ଭାରତୀୟ ବାନ୍ଧ ଓ ରଂଗ କଳାର ସର୍ବଶ୍ରେଷ୍ଠ ଉତ୍ପାଦ। ତେବେ ଏହାକୁ ଉପଯୁକ୍ତ ପ୍ରୋତ୍ସାହନ ମିଳିପାରୁ ନାହିଁ। ସମ୍ବଲପୁରୀ କପଡ଼ାରେ ସବୁ ପ୍ରକାର ପୋଷାକ ତିଆରି ହୋଇପାରେ। ଆମେ ଏହାକୁ ସଫଳତାର ସହ ପ୍ରୟୋଗ କରିଛୁ। ଆଗାମୀ ଦିନରେ ସମସ୍ତେ ସମ୍ବଲପୁରୀ ବସ୍ତ୍ର ଓ ବାନ୍ଧ କଳାର ପ୍ରଚାର ପ୍ରସାରରେ ନିଜସ୍ବ ଯୋଗଦାନ ଦେବାକୁ ଶ୍ରୀ ସାହାରି ସାମ୍ବାଦିକ ସମ୍ମିଳନୀରେ କହିଥିଲେ।
The post ଦିଲ୍ଲୀ ଟାଇମ୍ ଫେସନ୍ ୱିକ୍ରେ ସମ୍ବଲପୁରୀ ପୋଷାକର ଚମକ first appeared on Sambad.from ଜିଲ୍ଲା | Sambad https://ift.tt/3C0fTwp
0 Comments