
କୋରାପୁଟ: ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକଙ୍କ ସ୍ବାଧୀନ ଭାବେ ବୁଲିବା ଅଧିକାର ରହିଛି। ହେଲେ କୋଟିଆରେ ଥାଇ ବିବାଦ ସୃଷ୍ଟି କରୁଥିବା ଆନ୍ଧ୍ର ଏଜେଣ୍ଟ କୋରାପୁଟ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧା କରୁଛନ୍ତି। ରବିବାର ଦେଓମାଳୀକୁ ପାରିବାରିକ ଭୋଜି କରିବାକୁ ଆସିଥିବା ବିଜୟନଗରମ ଜିଲ୍ଲାପାଳ ଏ.ସୂର୍ଯ୍ୟକୁମାରୀ ଓ ତାଙ୍କ ଟିମ ସେହି ଏଜେଣ୍ଟମାନଙ୍କୁ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଓଡ଼ିଶା ମାଟିରେ ଡାକି ଆପ୍ୟାୟିତ କଲେ ତାହା ଅଜଣା ରହିଛି।
ସେମାନେ ଜିଲ୍ଲାପାଳଙ୍କ ପରିବାର ବର୍ଗ ନା ସରକାରୀ କର୍ମଚାରୀ? ଜଣେ ନୁହେଁ ୭ ଏଜେଣ୍ଟ ଦେଓମାଳି ଓ ଗାଲିବଦ୍ଦରକୁ ଆସିଥିଲେ। ଯେଉଁ ସମୟରେ ୬ ଜଣ ଆଇଏଏସ ଓ ୫୭ଜଣ ସରକାରୀ ଅଧିକାରୀ ବଣଭୋଜି କରୁଥିଲେ ସେହି ସମୟରେ ଏମାନଙ୍କ ସାହାରା ନିଆଯାଇଥିବାରୁ ଦେଓମାଳି ପ୍ରତି ବିପଦ ଥିବା ଅନୁମାନ କରାଯାଉଛି। ଆନ୍ଧ୍ର ଏଜେଣ୍ଟ ଭାବେ ବିଶୁ ଗେମେଲ, ଗେମେଲ ଦିବାକର, ସରପିଲି ବିଶୁଙ୍କ ସହ ଆଉ ୪ ଜଣ ଥିଲେ । କିଏ ଓ କାହିଁକି ସେମାନଙ୍କୁ ପାରିବାରିକ ବଣଭୋଜିକୁ ଡାକିଥିଲା । ସେମାନେ ଏହିଠାକୁ ଆସି ଜିଲ୍ଲାପାଳ, ପିଓ ଆଇଟିଡିଏଙ୍କୁ କାହିଁକି ଭେଟି ପଇସା ନେଉଥିଲେ ତାହା ଅସ୍ପଷ୍ଟ ରହିଛି । ବାରମ୍ବାର ଏହି ଏଜେଣ୍ଟମାନେ ପିଓ ଆଇଟିଡିଏ ଆର.କୁର୍ମାନାଥଙ୍କୁ ଭେଟିଥିଲେ ତାହା ମଧ୍ୟ ଅଜଣା ରହିଛି ।
କୋରାପୁଟ ପ୍ରଶାସନ ଏମାନଙ୍କୁ ସାବାଡ କରିବାକୁ ୮ ମାସ ହେଲା କହୁଥିବାବେଳେ କାହିଁକି ନିରବ ରହିଛି? ଖାଲି ସେତିକି ନୁହେଁ ଓଡ଼ିଆ ଫଳକ ଭାଙ୍ଗିବା ଘଟଣାରେ ପଟାଙ୍ଗୀ ପ୍ରଶାସନ ଥାନାରେ ଲିଖିତ ଏତଲା ଦେଇଥିବାବେଳେ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନି ତାହାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ ଦେଓମାଳି ଉପରେ ଆନ୍ଧ୍ର ନଜର ଶୀର୍ଷକ ଖବର ଉପରେ ତ୍ରୀବ୍ର ଅସନ୍ତୋଷ ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏହା କୌଣସି ସୀମା ବିବାଦ ନୁହେଁ ବୋଲି କହିଥିବାବେଳେ ଅତିରଞ୍ଜିତ କରାଯାଉଛି ବୋଲି କୁହାଯାଇଛି।
The post ଆନ୍ଧ୍ର ଏଜେଣ୍ଟ କ’ଣ ଜିଲ୍ଲାପାଳଙ୍କ ପରିବାରବର୍ଗ ନା ସରକାରୀ କର୍ମଚାରୀ ? first appeared on Sambad.from ଜିଲ୍ଲା | Sambad https://ift.tt/3oRjA2T
0 Comments