
ଦଶରଥପୁର : ମଙ୍ଗଳପୁର ଥାନା ଅନ୍ତର୍ଗତ ଥାଲକୁଡ଼ି ପଞ୍ଚାୟତ ଦକ୍ଷିଣବନ୍ଧ ଗ୍ରାମର ଶ୍ରୀକାନ୍ତ ମଲ୍ଲିକଙ୍କ ଝିଅ ଆନିସା(ଦେଢ଼ ବର୍ଷ)ର ନାଳରେ ବୁଡ଼ି ମୃତ୍ୟୁ ହୋଇଯାଇଛି। ରବିବାର ଦିନ ଆନିସା ଘର ନିକଟରେ ଖେଳୁଥିବା ବେଳେ ପାଖ ନାଳକୁ ଖସିପଡ଼ିଥିଲା। ଏସମ୍ପର୍କରେ କେହି ଜାଣି ପାରିନଥିଲେ। ବହୁ ସମୟ ଖୋଜାଖୋଜି ପରେ ନାଳରୁ ଶିଶୁକନ୍ୟାଟିକୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସଙ୍ଗେସଙ୍ଗେ ତାକୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସଂକଟାପନ୍ନ ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଶିଶୁକନ୍ୟାଟିର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ୪୦/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି। ଆନିସାର ଅକାଳ ମୃତ୍ୟୁରେ ଦକ୍ଷିଣବନ୍ଧ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
The post ନାଳରେ ବୁଡ଼ି ଶିଶୁକନ୍ୟା ମୃତ first appeared on Sambad.from ଜିଲ୍ଲା | Sambad https://ift.tt/2ZZQAOh
0 Comments