ବଡ଼ବିଲ : ବଡ଼ବିଲ ‌ଭୋଳା ଗ୍ୟାରେଜ ନିକଟ ପାଲହଟିଂରେ ଥିବା ରେଳ ଫାଟକ ପଡ଼ି ଜଣେ ସ୍କୁଟି ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ପଞ୍ଜାବିପଡ଼ାର ବଳଦେବ ସିଂହ। ଶୁକ୍ରବାର ଅପରାହ୍‌ଣ ୨ଟାବେଳେ ଟ୍ରେନ୍‌ ଯିବା ସମୟରେ ଫାଟକ ବନ୍ଦ କରାଯାଇଥିଲା। ଟ୍ରେନ୍‌ ଅତିକ୍ରମ କରିବା ପରେ ଫାଟକ ଉଠା ଯାଉଥିବାବେଳେ ଲୋକେ ରେଳ ଳାଇନ ଅତିକ୍ରମ କରୁଥିଲେ। ଏହି ସମୟରେ ତାର ଛିଣ୍ଡି ଯିବାରୁ ଫାଟକଟି ବଳଦେବଙ୍କ ମୁଣ୍ଡ ଉପରେ ପଡ଼ିଥିଲା। ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

The post ରେଳ ଫାଟକ ପଡ଼ି ଜଣେ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3CcOw2n