ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ହରିଶଙ୍କର ଛକରୁ ପୁଲିସ ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଜଣକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ତୁରେକେଲା ବ୍ଲକ୍‌ ଢୋଲମାନ୍ଦଲ ଗାଁର ଭୋଜରାମ ପରାଭୁଏଙ୍କ ସହିତ ଗୁଣ୍ତୁରୁପାଲି ଗାଁର ମହିଳା, ପୁରୁଷ, ପିଲାଛୁଆ ମିଶି ୧୨ ଜଣ ଶ୍ରମିକ ସ୍ଥାନୀୟ ହରିଶଙ୍କର ଛକଠାରେ ବସ୍‌ ଚଢ଼ିବାକୁ ଅପେକ୍ଷା କରିଥିଲେ। ଏ ନେଇ ଖପ୍ରାଖୋଲ ପୁଲିସକୁ କେହି ଜଣେ ବ୍ୟକ୍ତି ସୂଚନା ଦେଇଥିଲେ। ଏଏସ୍‌ଆଇ ସେବନ କେରକେଟା ଘଟଣାସ୍ଥଳରେ ପହଂଚି ଶ୍ରମିକମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ପୁଲିସ ଉଦ୍ଧାର ଶ୍ରମିକମାନଙ୍କୁ ପଚରା ଉଚରା ପରେ ସେମାନଙ୍କ ଘରକୁ ପଠାଇଥିଲା। ଏହି ଘଟଣାରେ ଭୋଜରାମଙ୍କୁ ପୁଲିସ ଗିରଫ କରିଛି ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

The post ୧୨ ଦାଦନ ଶ୍ରମିକ ଉଦ୍ଧାର, ୧ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3CVOZqE