
ଯୋଡ଼ା : ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କର ବଡ ଭାଇ ଦୁଃଖବନ୍ଧୁ ମହାକୁଡଙ୍କର ଶନିବାର ଦିନ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ନମ୍ବିରା ଗ୍ରାମ ଓ ଆଖପାଖ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ସେ ଗତ କିଛି ମାସ ହେବ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଅଗଷ୍ଟ ୧୮ ତାରିଖ ଠାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମର ଶରୀରକୁ ତାଙ୍କ ଗ୍ରାମକୁ ଅଣାଯାଇଥିଲା । କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ବିଜେଡି ଜିଲା ସଭାପତି ମାଧବ ସର୍ଦାର, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଗ୍ରାମବାସୀ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ।
The post ସନାତନ ମହାକୁଡ଼ଙ୍କ ଭ୍ରାତୃ ବିୟୋଗ first appeared on Sambad.from ଜିଲ୍ଲା | Sambad https://ift.tt/3kcvkM0
0 Comments