
ବିଂଝାରପୁର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବିଂଝାରପୁର ତହସିଲ ପକ୍ଷରୁ କୋଭିଡ୍ କଟକଣା ଜାରି କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅରେଇ ପଞ୍ଚାୟତ ଶୈବପୀଠ ବାବା ବରୁଣେଶ୍ଵର କ୍ଷେତ୍ର ଓ ସିଂହପୁରସ୍ଥିତ ଦରିଆ ନାହାକାଣୀ ପୀଠରେ ୧୪୪ ଧାରା ଜାରି କରାଯାଇଛି।

ଏନେଇ ଆଜି ସଂଧ୍ୟାରେ ତହସିଲ ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ନୋଟିସ ଲଗେଇବା ସହ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର କରାଯାଇ ଶ୍ରଦ୍ଧାଳୁମାନଙ୍କୁ ସଚେତନ କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନିରାଶାଭାବ ଦେଖିବାକୁ ମିଳିଛି।
The post ବରୁଣେଶ୍ଵର କ୍ଷେତ୍ର ଓ ନାହାକାଣୀ ପୀଠରେ ୧୪୪ ଜାରି first appeared on Sambad.from ଜିଲ୍ଲା | Sambad https://ift.tt/3qORR5z
0 Comments