ବିଂଝାରପୁର : ବିଂଝାରପୁର ବ୍ଲକ ବଚ୍ଛୋଳ ପଞ୍ଚାୟତରେ ଗୋଟିଏ ରାସ୍ତାକୁ ଏକାଧିକ ଥର ଢଳେଇ କରାଯାଇଛି। ଏନେଇ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ଏହି ପଞ୍ଚାୟତର ବାମଦେବପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ବହୁ ଦିନହେଲା କଚ୍ଚା ଥିବାରୁ ବର୍ଷାଦିନରେ ସେଥିରେ ଯିବାଆସିବା କଷ୍ଟକର ହେଉଛି। ଏହି ରାସ୍ତାରେ ୨୫ପରିବାର ନିର୍ଭର କରୁଛନ୍ତି। ଗ୍ରାମରେ ଅନ୍ୟଏକ ରାସ୍ତା ସଂପୂର୍ଣ୍ଣ ଭଲ ଥିଲାବେଳେ ସେଥିରେ ଢଳେଇ ଉପରେ ଢଳେଇ ୩ ଥର ହୋଇଥିବା ଦୀପ୍ତିରଂଜନ ମୁଦୁଲି, ଓମପ୍ରିୟମ୍ ପଣ୍ଡା, ନିରାକାର ରଣା, ତପନ ପଣ୍ଡାଙ୍କ ସମେତ ଗ୍ରାମବାସୀ ବିଂଝାରପୁର ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ନିଷ୍ପତ୍ତି ଅନୁଯାୟୀ ଢଳେଇ ଉପରେ ଢଳେଇ ହୋଇଥିବା କହିଛନ୍ତି।

The post ଗୋଟିଏ ରାସ୍ତାକୁ ଏକାଧିକ ଥର ଢଳେଇ କରାଯିବା ନେଇ ବିଡିଓଙ୍କୁ ଅଭିଯୋଗ first appeared on Sambad.

from ଜିଲ୍ଲା | Sambad https://ift.tt/30F0oNe