
ମେଣ୍ଡା : ତରଭା ବ୍ଲକ୍ ମେଣ୍ଡା ଫାଣ୍ଡି ଅନ୍ତର୍ଗତ ବୁର୍ଡା-ଅର୍ଜୁନପୁର ରାସ୍ତାର ତିଲେଇମାଲ ଛକଠାରେ ଶନିବାର ଏକ ଟ୍ରକ୍ (ଓଆର୍୦୫ଡି-୩୭୮୬) ଭାରସାମ୍ୟ ହରାଇ ଏକ ଦୋକାନ ଉପରକୁ ଚଢ଼ି ଯାଇଥିଲା। ଫଳରେ ଦୋକାନାଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣା ପରେ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ମେଣ୍ଡା ଫାଣ୍ଡି ଅଧିକାରୀ ସଂଜୀବ ବସ୍ତିଆ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
The post ଦୋକାନ ଉପରକୁ ଚଢ଼ିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଲୋକେ first appeared on Sambad.from ଜିଲ୍ଲା | Sambad https://ift.tt/30Zw153
0 Comments