ହାଟଡିହି : କେନ୍ଦୁଝର ବଞ୍ଚାଅ ମଞ୍ଚର ନିର୍ଦ୍ଦେଶିକା ଯମୁନା ବେହେରା(୭୮)ଙ୍କର ପରଲୋକ ହୋଇଯାଇଛି । କେନ୍ଦୁଝର ବଞ୍ଚାଅ ମଞ୍ଚ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରିବା ସହ ଗ୍ରିନ ଓଡିଶା ସଂଗଠନ ପ୍ରତିଷ୍ଠା କରିବା କ୍ଷେତ୍ରରେ ପ୍ରେରଣାଦାତା ଭାବେ କାର୍ଯ୍ୟକରି ଆସୁଥିଲେ । ୧୯୯୭ ମସିହାରେ ପଢ଼ିଆରିପଲ୍ଲୀ ପଞ୍ଚାୟତର ପଞ୍ଚାୟତ ସମିତିସଭ୍ୟା ଭାବେ ବିପୁଳ ଭୋଟରେ ବିଜୟୀ ହୋଇ ପଞ୍ଚାୟତର ପ୍ରଥମ ମହିଳା ନେତ୍ରୀ ଭାବେ ବ୍ଲକରେ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ପରଲୋକରେ ସମଗ୍ର ପଢ଼ିଆରିପଲ୍ଲୀ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି ।

ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ପୁତ୍ର ଶିକ୍ଷକ ତଥା ସାମଜସେବୀ ବିଶ୍ୱରଞ୍ଜନ ବେହେରା, ବୋହୂ ପ୍ରତିଭା ମଞ୍ଜରୀ ବେହେରା, ନାତି ଶିକ୍ଷକ ସଂଘର ସମ୍ପାଦକ ଜିତେନ୍ଦ୍ର ବେହେରା, ନାତୁଣୀବୋହୂ ଭାଗ୍ୟଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପରଲୋକ ଖବରପାଇ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

The post କେନ୍ଦୁଝର ବଞ୍ଚାଅ ମଞ୍ଚ ନିର୍ଦ୍ଦେଶିକାଙ୍କ ପରଲୋକ first appeared on Sambad.

from ଜିଲ୍ଲା | Sambad https://ift.tt/31wUXAx