କୋକସରା : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଗଛ କାଟୁଥିବା ଅଭିଯୋଗରେ ବନ ବିଭାଗ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କୋକସରା ବ୍ଲକ୍‌ ସାନ ପୋଡ଼ାଗୁଡ଼ା ଗ୍ରାମର ପଦୁ ଝାଙ୍କର (୬୦), ଗବର ମାଝୀ (୫୭), ଚତୁର ବେମାଲ (୫୦), ମୀନକେତନ ପୁଝାରି(୬୫), କରୁଣା ଧରୁଆ(୪୫), ଲିଙ୍ଗରାଜ ଭରତିଆ (୬୦) ଓ କୁଲେରଗୁଡ଼ା ଗାଁର ଲକ୍ଷ୍ମୀଧର ପୋଢ଼(୬୦)। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ବେହେରା ଫରେଷ୍ଟର ଫାଲଗୁନୀ ମେହେର କହିଛନ୍ତି।

The post ଜଙ୍ଗଲରେ ଗଛ କାଟି ୭ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2ZUpHL4