
ଜୟପୁର: ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବୁଧବାର ବିଜେଡି ମହିଳା ମୋର୍ଚ୍ଚା, ଯୁବ ଓ ଛାତ୍ର ବିଜେଡ଼ି କେନ୍ଦ୍ର ସରକାରଙ୍କ ଗ୍ୟାସ ଦରବୃଦ୍ଧିକୁ ବିରୋଧ କରିଛି। ବୁଧବାର ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ବରିଷ୍ଠ ବିଜେଡି ମହିଳା ନେତ୍ରୀ ଡ.ଇନ୍ଦିରା ନନ୍ଦଙ୍କ ନେତୃତ୍ବରେ ଜିଲ୍ଲାସଭାପତି ଇଂ.ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, ନଗର ସଭାପତି ହର ମିଶ୍ର, ବାଲା ରାୟ, ଦୁର୍ଗା ମିଶ୍ର, ଧର୍ମେନ୍ଦ୍ର ଅଧିକାରୀ, ସରୋଜ ଦାଶ, ଧନ ଖରା, ବାପି ପରିଢ଼ା, ମନୋଜ ପଟ୍ଟନାୟକ, ସୁଶାନ୍ତ ପଟ୍ଟନାୟକ, ରାଜ ସାହୁଙ୍କ ସମେତ ବହୁ ମହିଳା, ଯୁବ, ଛାତ୍ର ବିଜେଡିର କର୍ମକର୍ତ୍ତା ଜୟପୁର ରାଜନଅରରୁ ଶୋଭାଯାତ୍ରାରେ ବାହାରି ପୌର କାର୍ଯ୍ୟାଳୟକୁ ଘେରିଥିଲେ।
ପୌରନିର୍ବାହୀ ଅଧିକାରୀଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କେନ୍ଦ୍ର ମୋଦିସରକାରଙ୍କ ଅମଳରେ ଗ୍ୟାସ ଦର ୪୦୦ରୁ ୯୨୬ଟଙ୍କାରେ ପହଞ୍ଚିଛି। ଏହା ସିଧାସଳଖ ସାଧାରଣ ଗୃହିଣୀଙ୍କ ଉପରେ ପଢ଼ୁଛି। ଉଜ୍ଜଳା ଯୋଜନା ନାଁରେ ଗ୍ୟାସ ଗରିବ ଲୋକଙ୍କୁ ଦିଆଗଲା, ଏବେ ଏତେ ଦର ଦେଇ କିଣି ବଂଚିବା ସେମାନଙ୍କ ପାଇଁ ମୁସ୍କିଲ ବୋଲି ଡ. ନନ୍ଦ କହିଥିଲେ। ତୁରନ୍ତ କେନ୍ଦ୍ର ସରକାର ଗ୍ୟାସ ଦର ନକମାଇଲେ ଏହି ଅନ୍ଦୋଳନ ଆଗାମୀ ଦିନରେ ତୀବ୍ର ହେବ ବୋଲି ଡ.ନନ୍ଦ ଚେତାବନୀ ଦେଇଛନ୍ତି।
The post ଗ୍ୟାସ୍ ଦର ବୃଦ୍ଧିକୁ ବିଜେଡିର ବିରୋଧ first appeared on Sambad.from ଜିଲ୍ଲା | Sambad https://ift.tt/3r7YtMz
0 Comments