ରାୟଗଡ଼ା: ଚନ୍ଦ୍ରପୁର ଥାନା ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ଚଢ଼ଉ କରିଛି ପୁଲିସ୍। ଚନ୍ଦ୍ରପୁର ଥାନା ଅଧିକାରୀ ମୁକୁନ୍ଦ ନାୟକଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ବନ୍ଦିପଙ୍ଗା ଛକ ନିକଟରୁ ୬ ଜଣଙ୍କୁ ଗିରଫ କରିବା ସହ ୬୦ କେଜି ଗଞ୍ଜେଇ, ୬ଟି ମୋବାଇଲ୍ ଫୋନ୍ ଓ ୨୩୦୦ ଟଙ୍କା ଜବତ କରିଛି। ଗିରଫଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ରହିଛନ୍ତି। ଗିରଫ ଚୋରା ଚାଲାଣକାରୀ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଓ ଗଜପତି ଜିଲ୍ଲା ଅଡ଼ବା ଅଞ୍ଚଳର ବୋଲି ପୁଲିସ୍ ସୂଚନା ଦେଇଛି। ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ବୋଲେରୋକୁ ଜବତ କରି ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗିରଫ ବ୍ୟକ୍ତିମାନେ ଗତକାଲି ଚନ୍ଦ୍ରପୁର ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ୩ଟି ବସ୍ତାରେ ପ୍ୟାକିଂ କରିବା ପରେ ବୋଲେରୋ ସାହାର୍ଯ୍ୟରେ ବାହାରକୁ ଚାଲାଣ କରୁଥିଲେ। କୌଣସି ସୂତ୍ରରୁ ପୁଲିସ୍ ଖବର ପାଇବା ପରେ ବନ୍ଦିପଙ୍ଗା ଛକରେ ପହଞ୍ଚି ଯାଞ୍ଚ କରିଥିଲା। ପୁଲିସକୁ ଚକମା ଦେବା ପାଇଁ ଚାଲାଣକାରୀ ବୋଲେରୋ ମହିଳାଙ୍କୁ ବସାଇ ପରିବାର ନେଇ ଯାଉଥିବାର ଅଭିନୟ କରୁଥିଲେ। କିନ୍ତୁ ପୁଲିସ୍ ସନ୍ଦେହରେ ଗାଡ଼ି ଯାଞ୍ଚ କରିବା ପରେ ଅଖାବସ୍ତାରୁ ଗଞ୍ଜେଇ ବାହାରିଥିଲା।

The post ୬୦ କେଜି ଗଞ୍ଜେଇ ଜବତ, ୬ ଗିରଫ  first appeared on Sambad.

from ଜିଲ୍ଲା | Sambad https://ift.tt/3kPfA1J