
ମାଲକାନଗିରି: ଉପାନ୍ତ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ଆଗାମୀ ଦିନରେ ଡିଜିଟାଲ ଶିକ୍ଷା ଗ୍ରହଣ କରିବେ। ଆଜି ଏକ କାର୍ଯ୍ୟକ୍ରମରେ ଜିଲ୍ଲାର ୬ଟି ବିଦ୍ୟାଳୟକୁ ୫ଟି ଉପକ୍ରମରେ ୬ଟି ହାଇସ୍କଲକୁ ରୂପାନ୍ତରିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଭିରଚୁଆଲ ମାଧ୍ୟମରେ ଏହି ୬ଟି ସ୍ମାର୍ଟ ହାଇସ୍କୁଲର ଉଦଘାଟନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ ବିଶାଲ ସିଂହ ଏବଂ ମାଲକାନଗିରି ଉଚ୍ଚ ବାଳିକା ବିଦ୍ୟାଳୟ ଦଶମ ଶ୍ରେଣୀର ଛାତ୍ରୀ ପାପୁନି ମାଢୀ ଅତିଥି ଭାବେ ଯୋଗ ଦେଇଥିଲେ।
ମାଲକାନଗିରି ଜିଲ୍ଲାର ମାଥିଲି, ଖଇରପୁଟ, ଚିତ୍ରକୋଣ୍ଡା, ମାଲକାନଗିରି, କାଲିମେଳା ଏବଂ ପଡିଆ ବ୍ଲକର ଗୋଟିଏ ଗୋଟିଏ ହାଇସ୍କୁଲକୁ ୫ଟି ଉପକ୍ରମରେ ରୂପାନ୍ତରିତ କରାଯାଇଛି। ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାର ୩୦ ନମ୍ବର ଜିଲ୍ଲା ଏକ ନମ୍ବର ଜିଲ୍ଲା ହେବାକୁ ଯାଉଛି। ଏହି ୬ଟି ସ୍କୁଲର ପରିବେଶକୁ ସୌନ୍ଦର୍ଯ୍ୟମୟ କରାଯାଇଥିବା ବେଳେ ଶ୍ରେଣୀଗୃହ ଗୁଡିକ ଡିଜିଟାଲ କରାଯାଇଛି। ଏସବୁ ସ୍କୁଲ ପୂର୍ବରୁ ଲୋକେ ଯାହା ଦେଖିଥିଲେ ଏବା ତାହା ନାହିଁ। ଏବେ ସୁନ୍ଦର ଏବଂ ସ୍ମାର୍ଟ ହୋଇଥିବାରୁ ଲୋକେ ନିଜ ସ୍କୁଲକୁ ଚିହ୍ନି ପାରୁନଥିବା କହିଥିଲେ। ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାକୁ ସବୁବେଳେ ଫୋକସ କରୁଥିବାରୁ ଏବେ ସ୍ମାର୍ଟ ସ୍କୁଲ ପ୍ରଦାନ କରି ସେ ନିଜର କର୍ତ୍ତବ୍ୟ ପୂରଣ କରୁଛନ୍ତି। ଏହି ସ୍କୁଲ ଗୁଡିକରେ ଥିବା ଭଙ୍ଗା ଗୃହ ଗୁଡିକ ଏବେ ସ୍ମାର୍ଟ ଗୃହରେ ପରିଣତ ହୋଇଛି। ବଦଳି ଯାଇଛି ବିଦ୍ୟାଳୟ ଗୁଡିକର ରୂପରେଖ।
ସ୍କୁଲ ଗୁଡିକର କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର ଅଂକନ କରାଯାଇଛି। ପିଲାଙ୍କ ପାଇଁ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା କରାଯିବା ସହ ସ୍କୁଲ ପରିସରରେ ନାନା ଜାତିର ଫୁଲ ଗଛ ଦେଖିବାକୁ ମିଳିଛି। ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇଛି। ସ୍କୁଲ ଭିତରେ ପଶିଲେ ସ୍କୁଲ ଆକର୍ଷଣ ଦେଖି ସ୍କୁଲକୁ ପ୍ରଶଂସା କରି ରହି ହେବ ନାହିଁ। ମାଲକାନଗିରି ସଦର ମହକୁମାର ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ପାପୁନି ମାଢ଼ୀ ନବୀନ ପଟ୍ଟନାୟକଙ୍କୁ ଏହି ଅବଦାନ ପାଇଁ ଭୃୟସୀ ପ୍ରଶଂସା କରିଥିଲେ। ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରେ ଆଦିବାସୀ ଛାତ୍ରଛାତ୍ରୀ କେବେ ମଧ୍ୟ ଏଭଳି ସ୍ମାର୍ଟ ସ୍କୁଲରେ ପାଠ ପଢିବେ ବୋଲି ଚିନ୍ତା କରିନଥିଲେ। ଏଭଳି ଅଭିନବ ବିଦ୍ୟାଳୟର ପରିକଳ୍ପନା କରିଥିବାରୁ ଶିକ୍ଷକ ଏବଂ ଅଭିଭାବକ ମହଲରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ମାଲକାନଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି। ରାଜ୍ୟ ସରକାରଙ୍କର ସହଯୋଗ ସହ ସ୍ଥାନୀୟ ଲୋକଙ୍କର ସହଯୋଗରେ ଏହି ସ୍କୁଲର ରୂପାନ୍ତିକରଣ କରାଯାଇଛି। ତେବେ ଆଗାମୀ ଦିନରନେ ମଧ୍ୟ ଆହୁରି ଅନେକ ସ୍କୁଲ ଏଭଳି ରୂପାନ୍ତିକରଣ କରାଗଲେ ଜିଲ୍ଲାର ବହୁ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କୁହାଯାଇଛି।
The post ଲାଲଗଡରେ ୬ଟି ସ୍ମାର୍ଟ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ first appeared on Sambad.from ଜିଲ୍ଲା | Sambad https://ift.tt/30Ey3Xp
0 Comments