
ଧର୍ମଗଡ଼ : ସୋସିଆଲ୍ ମାର୍କେଟିଙ୍ଗ୍ କମ୍ପାନି ଆମାଜନ୍ ବିରୋଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଛି। ସିଏଆଇଟିର ଏହି ଆହ୍ବାନକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ସମର୍ଥନ ଜଣାଇଛି। ଏନେଇ ଧର୍ମଗଡ଼ ଚେମ୍ବର ଅଫ୍ କମର୍ସ ପକ୍ଷରୁ ସମ୍ପାଦକ ଅରୁଣ ତାୟଲଙ୍କ ନେତୃତ୍ୱରେ ବ୍ୟବସାୟୀମାନେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଧର୍ମଗଡ଼ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ପ୍ରଦାନ କରିଛନ୍ତି।
ଆମାଜନ୍ ଜରିଆରେ ଗଞ୍ଜେଇ ବିକ୍ରି, ପୁଲୱାମା ଆକ୍ରମଣ ପାଇଁ ବ୍ୟବହାର କରାଯାଇଥିବା କେମିକାଲ୍ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଆମାଜନ୍ ଅଧିକାରୀଙ୍କୁ ଗିରଫ ଏବଂ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ବ୍ୟବସାୟୀ ସଂଘ ଦାବି କରିଛି। ବେଆଇନ କାର୍ଯ୍ୟ ଯୋଗୁଁ ସମ୍ପୃକ୍ତ କମ୍ପାନିକୁ ଦଣ୍ଡ ଦିଆଯାଉ, ଲୁଗା ଏବଂ ଜୋତା ଉପରେ ଲଗାଯାଇ ଥିବା ୧୨% ଟିକସ ପ୍ରତ୍ୟାହାର କରାଯାଉ ବୋଲି ବ୍ୟବସାୟୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି।
The post ଆମାଜନ୍ ବିରୋଧରେ ଉପଜିଲ୍ଲାପାଳଙ୍କୁ ବ୍ୟବସାୟୀ ସଂଘର ଦାବିପତ୍ର first appeared on Sambad.from ଜିଲ୍ଲା | Sambad https://ift.tt/3HTkWmD
0 Comments