
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀ ୫ ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି। ଅପହୃତ ଗ୍ରାମବାସୀ ସୁକମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ବଟେର ଗ୍ରାମର ବୋଲି ଜଣାପଡ଼ିଛି। ଗତ ଶୁକ୍ରବାର ଦିନ ୪ ଜଣକୁ ଅପହରଣ କରିଥିବା ବେଳେ ଗତକାଲି ଆଉ ଜଣଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ। ତେବେ ଆଜି ପର୍ଯ୍ୟନ୍ତ ସେମାନଙ୍କ କୌଣସି ଖୋଜ ଖବର ମିଳିନାହିଁ। ଖବର ପାଇ କୋଣ୍ଟା ପୁଲିସ ଏହାର ତଦନ୍ତ ଆରମ୍ଭ କରି ତନାଘନା ଚଳାଇଛି। ଅପରପକ୍ଷରେ ଆଦିବାସୀ ସମାଜ ପକ୍ଷରୁ ନକ୍ସଲଙ୍କୁ ଅନୁରୋଧ କରି ଅପହରଣ କରିଥିବା ଗ୍ରାମବାସୀଙ୍କୁ କୌଣସି ଅତ୍ୟାଚାର ନକରି ନିର୍ଦୋଷରେ ଖଲାସ କରିବାକୁ ନିବେଦନ କରାଯାଇଛି। ତେବେ ପୁଲିସ ଏନେଇ ନିଜର ଗୁଇନ୍ଦା ବିଭାଗକୁ ସଜାଗ କରିଥିବା ବେଳେ ଆଦିବାସୀ ସମାଜର ଗୋଟିଲ ଟିମ୍ ଜଙ୍ଗଲକୁ ଯିବ ବୋଲି ଜଣାପଡ଼ିଛି।
The post ୫ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ first appeared on Sambad.from ଜିଲ୍ଲା | Sambad https://ift.tt/3CZkY9y
0 Comments