
ଯାଜପୁରଟାଉନ: ପରିବେଶ ବିଧ୍ଵଂସକାରୀ, ଜନ ବିରୋଧୀ, ପୁଞ୍ଜିପତି ସପକ୍ଷବାଦୀ ଆଇନ ସଂଶୋଧନ ହେଲେ ଆଦିବାସୀମାନେ ଜମି, ଜଙ୍ଗଲରୁ ବିସ୍ଥାପିତ ହେବା ସହ ଗ୍ରାମସଭା ଅଧିକାର କ୍ଷୁଣ୍ଣ ହେବ। ଜଙ୍ଗଲ ସଂରକ୍ଷଣ ଆଇନରେ ସଂଶୋଧନ ପ୍ରସ୍ତାବକୁ ବାତିଲ କରିବା ସହ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷା ଦାବି ନେଇ ଶତାଧିକ ଆଦିବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ସହରର କିଆନାଳି ଛକଠାରୁ ଶୋଭାଯାତ୍ରା ବାହାରି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରାଯାଇଛି।
ଏହି ଅବସରରେ ଯାଜପୁର ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ରର ପରିବେଶ, ଜଳବାୟୁ ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇ ଆଇନ୍ ସଂଶୋଧନ ନ କରିବାକୁ ଦାବି କରାଯାଇଛି। ଏହି ଗଣ ପ୍ରତିବାଦରେ ବିଭିନ୍ନ ଆଦିବାସୀ ଓ ଗଣ ସଂଗଠନ ଯଥା- ‘ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ, ଭୀମ୍ ସେନା ଯାଜପୁର, ପ୍ରାକୃତିକ ସମ୍ପଦର ସୁରକ୍ଷା ଅଭିଯାନ, ଗ୍ରାମସଭା ସମୂହ ଯାଜପୁର, ଆମ୍ବେଦକର ବିଚାର ମଞ୍ଚ, ବି ଆର୍ ଆମ୍ବେଦକର ସେବାସଂଘ, ଚିତାଳ ଦଳିତ ସଂଘ, ଏସସି, ଏସଟି, ଗାଁ ରୁ ଆନ୍ଦୋଳନ ଅଭିଯାନ ଯାଜପୁର ଆଦି ମିଳିତ ଭାବେ ସାମିଲ ହୋଇଥିଲେ।
ସଂଯୋଜକ ବିଶ୍ୱନାଥ ପାତ୍ର ଏହି ସଂଶୋଧନ ପ୍ରସ୍ତାବରେ ଜଙ୍ଗଲ ଶବ୍ଦର ଅର୍ଥକୁ ବଦଳାଇବା ପାଇଁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି। ପ୍ରତିବାଦରେ ସି.ଏସ୍.ଡି.ର ରାଜ୍ୟ
ଆବାହକ ପ୍ରଦୀପ ସାହୁ , ବୀରବର ବିରୁଆ, ଧନେଶ୍ୱର କିସ୍କୁ, ନନ୍ଦ ଦାସ, ଯଶୋବନ୍ତ ଜେନା, ଜିତୁ ଜେନା, ପିନାକୀ ମଲ୍ଲିକ, ଯତୀନ୍ଦ୍ର ଜେନା, ବିମଳା ସେଠୀ, ମାନସୀ ମଲ୍ଲିକ, ବଳରାମ ତାଣ୍ଡି, କବିତା ପାତ୍ର, ସୋମନାଥ ପାତ୍ର, ବିଶ୍ୱନାଥ ସେଠୀଙ୍କ ସହ ବହୁ ସଦସ୍ୟ ସାମିଲ ହୋଇଥିଲେ।
The post ଜଙ୍ଗଲ ସଂରକ୍ଷଣ ଆଇନ ବାତିଲ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ first appeared on Sambad.from ଜିଲ୍ଲା | Sambad https://ift.tt/3xme6kH
0 Comments