ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ଅଫିସ୍‌ ନିକଟରୁ ଜନୈକ ପୂଜକଙ୍କ ବାଇକ୍‌ର ଡିକି ତାଡ଼ି ଜଣେ ଦୁର୍ବୃତ୍ତ ୬୫ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଡିକି ତାଡ଼ି ଟଙ୍କା ଲୁଟ୍ କରୁଥିବା ସମୟରେ ସିସି କ୍ୟାମେରାରେ କଏଦ୍‌ ହୋଇଛି।

ପତ୍ରାପାଲି ଜଗନ୍ନାଥ ମନ୍ଦିର ପୂଜକ ପାରେଶ୍ବର କର ବୁଧବାର ପିଏନ୍‌ବି ବ୍ୟାଙ୍କରେ ଜମା କରିବା ପାଇଁ ଷ୍ଟେଟ୍‌ ବ୍ୟାଙ୍କରୁ ୬୫ ହଜାର ଟଙ୍କା କାଢ଼ିଥିଲେ। ଷ୍ଟେଟ୍‌ ବ୍ୟାଙ୍କରୁ ଟଙ୍କା କାଢ଼ି ଏକ ହଳଦିଆ ବ୍ୟାଗ୍‌ରେ ଭର୍ତ୍ତି କରି ନିଜ ବାଇକ୍ (ଓଡି୧୭-ଏସ୍-୮୧୯୧) ଡିକିରେ ରଖିଥିଲେ। ବାଟରେ ବ୍ଲକ୍‌ ପାଖ ଏକ ଜ୍ବେଲର୍ସ ଦୋକାନରେ ଥିବା ନିଜ ପୁଅ ଦୀପକର କାନ ଫୁଡ଼ାଇବା ପାଇଁ କିଛି ସମୟ ଅଟକି ଥିଲେ। ଏହାର ସୁଯୋଗ ନେଇ ମଧ୍ୟାହ୍ନ ୧୨ଟାରେ ଜଣେ ଦୁର୍ବୃତ୍ତ ଡିକି ଖୋଲି ଉକ୍ତ ଟଙ୍କା ନେଇ ଅନ୍ୟ ଜଣେ ସାଥୀ ସହ ବାଇକ୍‌ରେ ବସି ବରଗଡ଼ ପଟକୁ ଚାଲିଯାଇଥିଲେ। ଏନେଇ ଶ୍ରୀ କର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାସ୍ଥଳକୁ ଆସି ଅନୁସନ୍ଧାନ ଜାରି ରଖିଛି।

The post ମନ୍ଦିର ପୂଜକଙ୍କ ଡିକି ତାଡ଼ି ୬୫ ହଜାର ଲୁଟ୍, ସିସି ଟିଭିରେ ଫଟୋ କଏଦ୍ first appeared on Sambad.

from ଜିଲ୍ଲା | Sambad https://ift.tt/3FKhZ5N