ଧଉଳି: ଭୁବନେଶ୍ବର- ପୁରୀ ଜାତୀୟ ରାଜପଥର ଉତ୍ତରା ପେଟ୍ରୋଲ ପମ୍ପ ନିକଟରେ ଦ୍ରୁତବେଗରେ ଯାଉଥିବା ଏକ ଜନନୀ ଏକ୍ସପ୍ରେସ ରାସ୍ତାକଡ଼ରେ ଥୁଆ ହୋଇଥିବା ଏକ ବରଯାତ୍ରୀ କାରକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜନନୀ ଏକ୍ସପ୍ରେସ ଚାଳକ ଏବଂ ଏକ୍ସପ୍ରେସ ଭିତରେ ଥିବା ଆଶାକର୍ମୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସ୍ଥାନୀୟ ଲୋକ ଗର୍ଭବତୀ ମହିଳାଙ୍କ ସମେତ ଚାଳକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ।

ସୂଚନା ଅନୁସାରେ ଜନନୀ ଏକ୍ସପ୍ରେସରେ ଆଶାକର୍ମୀ ସହ ସଂପୃକ୍ତ ଗର୍ଭବତୀ ମହିଳା ଭୁବନେଶ୍ବର ଅଭିମୁଖେ ଯାଉଥିଲା। ନିମାପଡ଼ାରୁ କାରରେ ଫେରୁଥିବା ବରଯାତ୍ରୀ ପେଟ୍ରୋଲ ପମ୍ପ ନିକଟରେ ଗାଡ଼ି ରଖି ପରିସ୍ରା କରୁଥିଲେ।

ହେଲେ ଜନନୀ ଏକ୍ସପ୍ରେସ ନିୟନ୍ତ୍ରଣ ହରାଇ ଉକ୍ତ କାରରେ ପିଟି ହୋଇଯିବାରୁ ଚାଳକ ଏବଂ ଆଶାକର୍ମୀ ଗୁରୁତର ଆହତ ହୋଇପଡ଼ିଥିଲେ। ଖବର ପାଇ ପ୍ରଥମେ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ହସ୍ପିଟାଲ ପଠାଇଥିଲେ। ପରେ ଉତ୍ତରାଫାଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଥିଲା।

The post ବରଯାତ୍ରୀ କାରକୁ ଧକ୍କା ଦେଲା ଜନନୀ ଏକ୍ସପ୍ରେସ, ୧୦୮ ଆମ୍ବୁଲାନ୍ସରେ ସ୍ଥାନାନ୍ତର ହେଲେ ଗର୍ଭବତୀ first appeared on Sambad.

from ଜିଲ୍ଲା | Sambad https://ift.tt/3IoAj6K