ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମଲାରପଦା ଗ୍ରାମରେ ପୁତୁରାର ଠେଙ୍ଗାମାଡ଼ରେ ଦାଦାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ବନମାଳୀ ମହାନ୍ତ (୭୬)। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପୁତୁରା ଆନନ୍ଦ ମହାନ୍ତକୁ ଅଟକ ରଖିଛି।

ପ୍ରାପ୍ତ ସୂଚନା ଅନୁସାରେ, ୨୮ ତାରିଖରେ ବାଡ଼ିରେ ଛେଳି ପଶିଯିବାରୁ ଦାଦା-ପୁତୁରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଆନନ୍ଦ ଏକ ବାଉଁଶବାଡ଼ିରେ ଦାଦା ବନମାଳୀଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ  କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ବନମାଳୀଙ୍କ ମୃତ୍ୟୁ ଘଟିଛି। ଏନେଇ ତୁରୁମୁଙ୍ଗା ଥାନାରେ କେସ୍‌ ନମ୍ବର ୧୩୯/୨୧ରେ  ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୁକ୍ତ ଆନନ୍ଦକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ମଦନ ମୋହନ ନାଏକ ପ୍ରକାଶ କରିଛନ୍ତି।

The post ପୁତୁରାର ଠେଙ୍ଗାମାଡ଼ରେ ଦାଦା ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3oqzuCz