
ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ଗଞ୍ଜେଇ ଗଛ ନଷ୍ଟ କରିବାରେ ଲଗାତାର ସଫଳତା ହାସଲ କରି ଚାଲିଛି। ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳରେ ଲୋକେ ବେଆଇନ ଗଞ୍ଜେଇ ଚାଷ କରି ବେଶ ରୋଜଗାର କରୁଥିବା ବେଳେ ପୁଲିସ ଏବଂ ଅବକାରୀ ବିଭାଗ ତରଫରୁ ଏହାକୁ ନଷ୍ଟ କରିବାରେ ସଫଳତା ପାଉଛି।ଏହି କ୍ରମରେ ଆଜି ପୁଣି ଚିତ୍ରକୋଣ୍ଡା ପୁଲିସ ଏବଂ ଅବକାରୀ ବିଭାଗ ତରଫରୁ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କନ୍ଧଗୁଡା ଏବଂ ମୁଦୁଲିଗୁଡା ଗ୍ରାମ ନିକଟରେ ଲଗାଯାଇଥିବା ୪୫ ଏକର ସରକାରୀ ଜମିରେ ପ୍ରାୟ ୬୭ ହଜାର ୫୦୦ ଗଞ୍ଜେଇ ଗଛକୁ କାଟି ପୋଡି ଦିଆଯାଇଛି।
ଏହାର ଆନୁମାନିକ ମୂଲ୍ୟ ୬ କୋଟିରୁ ଉର୍ଦ୍ଧ୍ବ ହେବ।ଏହି ଦୁର୍ଗମ ଅଂଚଳରେ ନକ୍ସଲଙ୍କ ଭୟ ରହିଥିବାରୁ ପୁଲିସ କଡା ସୁରକ୍ଷା ବ୍ୟବସ୍ଥା କରି ଚଢାଉ କରିଥିଲା।ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ବରେ ଲଗାତାର ଗଂଜେଇ ଚାଲାଣ ଏବଂ ଗଂଜେଇ ଗଛ ନଷ୍ଟ କରିବାରେ ସଫଳତା ପାଉଛି।ପ୍ରକାଶ ଥାଉକି ସ୍ବାଭିମାନ ଅଂଚଳର ଅତି ଦୁର୍ଗମ ଅଂଚଳରେ ଏକର ଏକର ଗଂଜେଇ ଚାଷ ଏବେ ମଧ୍ୟ କରାଯାଉଛି।ଏହି ଅଂଚଳରେ ପୁଲିସ କିମ୍ବା ଅବକାରୀ ବିଭାଗର କର୍ମଚାରୀ ପହଞ୍ଚିବା ଏକ ପ୍ରକାର ମୁସକିଲ କହିଲେ ଅତ୍ୟୁକ୍ତି ହେବ ନାହିଁ।କିନ୍ତୁ ଆଗାମୀ ଦିନରେ ଏହି ସବୁ ଅଂଚଳରେ ପୁଲିସ ନିଶ୍ଚିତ ଭାବେ ପହଞ୍ଚିବ ବୋଲି ଏସଡିପିଓ ଶ୍ରୀ ଦ୍ବିବେଦୀ ପ୍ରକାଶ କରିଛନ୍ତି।ଜିଲ୍ଲାକୁ ଗଂଜେଇ ମୁକ୍ତ କରାଯିବ ବୋଲି କୁହାଯାଇଛି।
The post ୪୫ ଏକର ଜମିର ଗଞ୍ଜେଇ ଗଛକୁ ନଷ୍ଟ କଲା ପୁଲିସ first appeared on Sambad.
from ଜିଲ୍ଲା | Sambad https://ift.tt/3lB7Z7g
0 Comments