ବ୍ରହ୍ମପୁର : ବହୁଦିନର ବ୍ୟବଧାନ ପ‌ରେ ବ୍ରହ୍ମପୁର ସହରରେ ଗୁଳି ଫୁଟିଛି। ଜବରଦଖଲ ଉଚ୍ଛେଦ ବେଳେ ପୁଲିସ ମୁତୟନ ଥିବା ସତ୍ତ୍ବେ ଜଣେ ଯୁବକ ଗୁଳିମାଡ଼ କରିଛି। ଏଥିରେ ସଚିନ୍‌ ଚୌଧୁରୀ ଓରଫ୍‌ ରିଙ୍କୁ ନାମକ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି। ରିଙ୍କୁଙ୍କ ଡାହାଣ ହାତରେ ଗୋଟିଏ ଗୁଳି ବାଜିଛି। ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ସାଳିଆବନ୍ଧ ସାହିରେ ଏହି ଗୁଳିମାଡ଼ ଘଟଣା ଘଟିଛି। ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ଗୋସାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି।

The post ବ୍ରହ୍ମପୁରରେ ଫୁଟିଲା ଗୁଳି, ଯୁବକ ଆହତ first appeared on Sambad.

from ଜିଲ୍ଲା | Sambad https://ift.tt/3phKQrI