ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳରେ ପୁଣି ୬ଟି ହାଇସ୍କୁଲ ରୂପାନ୍ତରଣ କରାଯିବା ପାଇଁ ସରକାରୀସ୍ତରରେ ସ୍ଥିର ହୋଇଛି। ଏସଂପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିବା ବ୍ଲକ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ସରକଣା ଭଗବତୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ବେଣୁପୁର ଆଚାର୍ଯ୍ୟ ହରିହର ବିଦ୍ୟାପୀଠ, ପୁରୋହିତପୁର ସ୍ଥିତ ଝିଣ୍ଟିଶାସନ ନୋଡାଲ ହାଇସ୍କୁଲ, ପ୍ରତାପରୁଦ୍ରପୁର ସ୍ଥିତ ଜୟଦେବ ନୋଡାଲ ହାଇସ୍କୁଲ, ଭିଙ୍ଗାରପୁର ସ୍ଥିତ ବକ୍ରେଶ୍ବର ହାଇସ୍କୁଲ ପ୍ରମୁଖ ରୂପାନ୍ତରଣ ତାଲିକାରେ ଥିବା ଜଣାପଡ଼ିଛି। ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ବାଳକାଟୀ ବଜାର ସ୍ଥିତ ପ୍ରତାପଶାସନ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଲିଅନ୍ତା ସରକାରୀ ହାଇସ୍କୁଲ ରୂପାନ୍ତରଣ କରାଯାଇ ସ୍ମାର୍ଟ ଶ୍ରେଣୀଗୃହ ସହିତ ଆନୁ‌ଷଙ୍ଗିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସରିଛି।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରତି ସ୍କୁଲକୁ ୩୦ ଲକ୍ଷ ଲେଖାଏଁ ଅନୁଦାନ ରାଶି ମଞ୍ଜୁର କରାଯାଇଥିଲା। ଏହାଛଡ଼ା ରାଜ୍ୟ ଚତୁର୍ଥ, ପଞ୍ଚମ ଅର୍ଥ କମିସନ ଯୋଜନା ସମେତ କେନ୍ଦ୍ରୀୟ ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିସନ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଦି ଯୋଜନାରେ ଆଉ ପାଖାପାଖି ୩୦ ଲକ୍ଷରୁ ଅଧିକ ଅର୍ଥରାଶି ଖର୍ଚ୍ଚ କରାଯାଇଥିବା ସୂଚନା ମିଳିଛି। ତେବେ ଉପରୋକ୍ତ ଦୁଇ ସ୍କୁଲ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ତଥା ଅନିୟମିତତା କରାଯାଇଥିବା କୁହାଯାଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ବାଲିଅନ୍ତାରେ ମୋଟ ୧୭ ହାଇସ୍କୁଲ ରହିଛି।

The post ବାଲିଅନ୍ତାରେ ରୂପାନ୍ତରଣ ହେବ ପୁଣି ୬ ହାଇସ୍କୁଲ first appeared on Sambad.

from ଜିଲ୍ଲା | Sambad https://ift.tt/3lxnBsB