ହରଭଙ୍ଗା : ଖରଭୂଇଁ ଅଞ୍ଚଳର ପରିବେଶ ଓ ପ୍ରକୃତିର ସୁରକ୍ଷା ନିମିତ୍ତ ଖରଭୂଇଁ ଗ୍ରାମରୁ ସମ୍ପୂର୍ଣ୍ଣ ରୂପେ କ୍ରସର ଓ କ୍ୱାରି ଉଚ୍ଛେଦ ଦାବିରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ସ୍ଥାନୀୟ ଗ୍ରାମବାସୀ ଓ ଆଖପାଖ ଅଞ୍ଚଳବାସୀ ଯୋଗ ଦେଇଥିଲେ। ଏଥିରେ ଓଡ଼ିଶାର ଜଣାଶୁଣା ପୋସ୍କୋ ପ୍ରତିରୋଧ ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଅଭୟ ସାହୁ ଏବଂ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ ବିନାଶକାରୀ ଶିଳ୍ପ ଷ୍ଟୋନ୍‌କ୍ରସର୍‌ ଓ ପଥର କ୍ୱାରି ନାଁରେ ଜିଲ୍ଲା ପ୍ରଶାସନ ନିରୀହ ଶାନ୍ତ ସରଳ ଗ୍ରାମବାସୀଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ନଦେବାକୁ ବକ୍ତବ୍ୟ ରଖି ଏଥିରୁ କ୍ଷାନ୍ତ ନହେଲେ ନିଜ ସୁରକ୍ଷା ପାଇଁ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଥିଲେ।

ପ୍ରକାଶ ଥାଉକି ଛତ୍ରଙ୍ଗ ପଞ୍ଚାୟତ ଖରଭୂଇଁଠାରେ ଚାଲିଥିବା କ୍ରସର୍‌ ଓ କ୍ୱାରି ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ପୁଣି ଏହି ଗାଁରେ ପଥର ଖାଦନ ଲିଜ ଦେବା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ ତଥା ଉତକ୍ଷିପ୍ତ କରିଛି। ଏହାକୁ ବିରୋଧ କରି ଏଭଳି ଏକ ସମାବେଶ ଆୟୋଜିତ ହୋଇଥିବା ଜଣାଯାଇଛି। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ, ମାଁ ବୁଢୀ ଠାକୁରାଣୀ ଆଞ୍ଚଳିକ ମହିଳା ସ୍ବୟଂସହାୟକ ଦଳର ସଭାନେତ୍ରୀ ସୁକୃତା ଭୋଇ, ଶୈଳବାଳା ସାହୁ, ଗ୍ରାମ୍ୟ କମିଟି ସମ୍ପାଦକ ହୃଦାନନ୍ଦ ଦେହୁରୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

The post ବୌଦ୍ଧ ଜିଲ୍ଲାର ଖରଭୂଇଁଠାରେ ପଥର କ୍ୱାରି ଉଚ୍ଛେଦ ପାଇଁ ସମାବେଶ first appeared on Sambad.

from ଜିଲ୍ଲା | Sambad https://ift.tt/3rDnC1R