
ସିନ୍ଧେକେଲା: ସିନ୍ଧେକେଲା ଥାନା ପୁଟୁପଡ଼ା ମହିମାଶ୍ରମ ମଠାଧୀଶ କିଶୋର ଚନ୍ଦ୍ର ଦାସଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଗୁରୁବାର ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କ୍ଷୀରସିନ୍ଧୁ ନାଏକ, ଗଣେଶ ନାଏକ, ମନୋରଞ୍ଜନ ନାଏକ, ଜଗସନ ନାଏକ ଓ ଶାନ୍ତନୁ ନାଏକ। ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଥାନାଧିକାରୀ ପଞ୍ଚାନନ ନାଏକ ସୂଚନା ଦେଇଛନ୍ତି।
ଗତ ୨୪ ତାରିଖ ଆଶ୍ରମ ପାଖରେ ଥିବା ଏକ ଜମିକୁ କେନ୍ଦ୍ରକୁ ମଠାଧୀଶଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଏନେଇ ପୁଲିସରେ ଏତଲା ପରେ ନଂ.୧୧୩/୨୧ରେ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗତ ୨୮ ତାରିଖ ପଶ୍ଚିମାଞ୍ଚଳ ମହିମା ସମାଜ ପରିଚାଳନା କମିଟି ପକ୍ଷରୁ ସିନ୍ଧେକେଲା ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଥାନାଧିକାରୀ ଶ୍ରୀ ନାଏକ ଘଟଣାର ଗୁରୁତ୍ବକୁ ଦେଖି ୮ଦିନ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
The post ମହିମାଶ୍ରମ ମଠାଧୀଶଙ୍କୁ ଆକ୍ରମଣ ଘଟଣାରେ ୫ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3GaDs8o
0 Comments