
କଣ୍ଟାବାଞ୍ଜି : ତୁରେକେଲା ବ୍ଲକ୍ ଢୋଲମାନ୍ଦଲ ପଂଚାୟତର ଶ୍ରମିକମାନେ ୬ ମାସ ହେଲା ମନ୍ରେଗା କାମର ପ୍ରାପ୍ୟ ପାଇ ନଥିବା ଅଭିଯୋଗ କରିଛନ୍ତି। ଶେଷରେ ସେମାନେ ବାଧ୍ୟ ହୋଇ ସୋମବାର ବ୍ଲକ୍ ଅଫିସ ଘେରାଉ କରି ଦାବିପତ୍ର ପ୍ରଦାନ କରିଛନ୍ତି।

ସେମାନଙ୍କ ଅଭିଯୋଗ ଅନୁସାରେ, ଏହି ପଂଚାୟତ ଅନ୍ତର୍ଗତ ବାହାବଲ ଗାଁର ଶତାଧିକ ଶ୍ରମିକ ଗାଁର ଡୁଙ୍ଗୁରି ଟ୍ୟାଙ୍କ ପ୍ରକଳ୍ପରେ ମାଟି କାମ କରିଥିଲେ। ଗତ ଏପ୍ରିଲ ମାସ ପହିଲାରୁ କାମ ହୋଇଥିଲେ ମଧ୍ୟ ଆଜିଯାଏ ଟଙ୍କାଟିଏ ପାଉଣା ପାଇ ନାହାନ୍ତି। ସଂରପଚ ବିଶ୍ୱାମିତ୍ର ଛତ୍ରିଆ, ପଂଚାୟତର ଇଓ, ଜିଆରଏସ୍ଙ୍କୁ ପାଉଣା ପାଇଁ ବାରମ୍ବାର ଗୁହାରି କରିଛନ୍ତି। ଏହି କାମ ପାଇଁ ଅନୁମୋଦନ ମିଳି ନଥିବାରୁ ପାଉଣା ମିଳିବ ନାହିଁ ବୋଲି ସରପଂଚ କହୁଥିବା ବିଷୟରେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏ ନେଇ ସରପଞ୍ଚଙ୍କୁ ପଚରାଯିବାରୁ ଗାଁ ସାଥୀ ଜଣକ ବିଡିଓ କିଂବା ଅନ୍ୟ କୌଣସି ଅଧିକାରୀଙ୍କୁ ଅବଗତ ନକରି ବେଆଇନ ଭାବେ ଏହି କାମ କରିଥିବାରୁ ଏଭଳି ସମସ୍ୟା ହୋଇଛି ବୋଲି ସେ କହିଥିଲେ। ବିଡିଓ ଦେବାଶିଷ ସାମଲଙ୍କୁ ପଚରାଯିବାରୁ ନିଜେ ବାହାବଲ ଗାଁକୁ ଯାଇ ତଦାରଖ କରି ୭ଦିନ ଭିତରେ ପଦକ୍ଷେପ ନେବେ ବେଲି କହିଥିଲେ। ଆଜିର ଏହି ଘେରାଉଥରେ ବାହାବଲ ଗାଁର ଗାଁ ସାଥୀ ଶଶିକପୁର ଛତ୍ରିଆ, ଶ୍ରମିକ ଗରିବ ବୁଡେକ, ଉତ୍ତର ବନଗୋଲା, ସୁନାଥ ବୁଡେକ, ମଙ୍ଗଳୁ ବନଗୋଲା, ମହେନ୍ଦ୍ର ବୁଡେକ, ଗୁପ୍ତା ମଲ୍ଲିକ, ସମ ବୁଡେକ ପ୍ରମୁଖ ସାମିଲ ଥିଲେ।
The post ମିଳୁନି ମନରେଗା କାମର ପ୍ରାପ୍ୟ, ବ୍ଲକ୍ ଅଫିସ ଘେରିଲେ ଶ୍ରମିକ first appeared on Sambad.from ଜିଲ୍ଲା | Sambad https://ift.tt/3Gk3EgN
0 Comments