ପୁରୀ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ରବିବାର ଦିନ ତିନିଦିନିଆ ପୁରୀ ଗସ୍ତରେ ଆସିଛନ୍ତି। ପୁରୀସ୍ଥିତ ରାଜଭବନରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁରୀରେ ବାତ୍ୟା ‘ଜୱାଦ’ର ପ୍ରଭାବ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଆସନ୍ତାକାଲି ସେ ଶ୍ରୀଜିଉଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅସବରରେ ରେଡ୍‌କ୍ରସ୍‌, ସ୍କାଉଟ୍‌ସ ଓ ଗାଇଡ୍‌ସ ଓ ସେଣ୍ଟ ଜନ୍ସ ଆମ୍ବୁଲାନ୍ସର ସ୍ବେଚ୍ଛାସେବୀମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ଆସନ୍ତା ୭ ତାରିଖରେ ରାଜ୍ୟପାଳ ଭୁବନେଶ୍ବର ଫେରିଯିବେ।

The post ରାଜ୍ୟପାଳଙ୍କ ୩ ଦିନିଆ ପୁରୀ ଗସ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3xZcEEV