
ବଲାଙ୍ଗୀର : ବଲାଙ୍ଗୀର ସହରର ଦୁର୍ଗା ମନ୍ଦିର ଛକ ନିକଟରେ ବୁଧବାର ରାତି ପ୍ରାୟ ସାଢ଼େ ୧୦ଟାରେ କପା ବୋଝେଇ ଟ୍ରକ୍ ଚାପାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଟ୍ରକ୍ରେ ନିଆଁ ଲଗାଇ ଦେଇଥିଲେ। ମୃତ ବାଇକ୍ ଆରୋହୀ ସ୍ଥାନୀୟ ଚଟିଆପଡ଼ାର ନିର୍ମଳ ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିର୍ମଳ ବାଇକ୍ (ଓଆର୍ ୦୩ ଜି ୬୬୫୨)ରେ ଯାଉଥିବା ସମୟରେ କପା ବୋଝେଇ କରି ନେଉଥିବା ଟ୍ରକ୍ଟି ତାଙ୍କୁ ଚାପି ଦେଇଥିବା ଜଣାପଡ଼ିଛି।
The post ଟ୍ରକ୍ ଚାପାରେ ବାଇକ୍ ଆରୋହୀ ମୃତ, ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ first appeared on Sambad.from ଜିଲ୍ଲା | Sambad https://ift.tt/3obd0oF
0 Comments