ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ କର୍ଲାକୋଟ ଗ୍ରାମର ପ୍ରତିଭାବାନ ଛାତ୍ର ବାବାଜୀ ସାହୁ ଭାବା ଆଟୋମିକ୍‌ ରିସର୍ଚ୍ଚ ସେଣ୍ଟରରେ ସାଇଣ୍ଟିଫିକ୍‌ ଅଫିସର ଭାବେ ଯୋଗ୍ୟ ବିବେଚିତ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

ପିତା ଚନ୍ଦ୍ରଶେଖର ସାହୁ ଏବଂ ମାତା ସୁକାନ୍ତି ସାହୁଙ୍କର ଏକମାତ୍ର ପୁତ୍ର ହେଉଛନ୍ତି ବାବାଜୀ। କର୍ଲାକୋଟରୁ ପ୍ରାଥମିକ ଶିକ୍ଷା ସାରି ତରାପୁର ଉଚ୍ଚବିଦ୍ୟାଳୟରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ସେ ଭବାନୀପାଟଣା ସ୍ୱୟଂଶାସିତ କଲେଜ୍‌ରେ ସ୍ନାତକ ଏବଂ ରାଉରକେଲାରେ ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ପାଠ୍ୟକ୍ରମରେ ଅଧ୍ୟୟନ କରିଥିଲେ।

ଉଭୟରେ ଶ୍ରେଷ୍ଠ ଛାତ୍ର ପୁରସ୍କୃତ ହୋଇଥିଲେ। ସିଏସ୍‌ଆଇ ଆର ଦ୍ୱାରା ହୋଇଥିବା ପ୍ରବେଶିକା ପରୀକ୍ଷାରେ ୧୭୦ ସ୍ଥାନ ଓ ଜିଏଟିଇ ପରୀକ୍ଷାରେ ସର୍ବଭାରତରେ ୬୫ ସ୍ଥାନ ହାସଲ କରିଥିଲେ। ଏହାପରେ ପଦାର୍ଥ ବିଜ୍ଞାନରେ ଡକ୍ତରେଟ୍‌ ଉପାଧି ହାସଲ ପାଇଁ ଆଇଆଇଟି ପାଟଣାରେ ରିସର୍ଚ୍ଚ ସ୍କଲାର ଭାବରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇବା ପାଇଁ ଯୋଗ୍ୟ ବିବେଚେତ ହୋଇଥିଲେ। ବର୍ତ୍ତମାନ ସେ ମୁମ୍ବାଇସ୍ଥିତ ଭାବା ଆଟୋମିକ୍‌ ରିସର୍ଚ୍ଚ ସେଣ୍ଟରରେ ସାଇଣ୍ଟିଫିକ୍‌ ଅଫିସର ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି। ସଫଳତା ପଛରେ ବାପା-ମା’, ଗୁରୁଙ୍କର ହାତ ରହିଥିବା ପ୍ରକାଶ କରିଛନ୍ତି।

The post ବିଏଆର୍‌ସିରେ ସାଇଣ୍ଟିଫିକ୍‌ ଅଫିସର ହେଲେ କର୍ଲାକୋଟର ବାବାଜୀ first appeared on Sambad.

from ଜିଲ୍ଲା | Sambad https://ift.tt/3dbRudb