
ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳରେ ବାତ୍ୟା ଜୱାଦ ପ୍ରଭାବରେ ଅନେକ ପରିବାର ପ୍ରଭାବିତ ହୋଇଛନ୍ତି। ବହୁ ଲୋକଙ୍କ ଚାଷ ବାସ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗରିବ ଲୋକଙ୍କ କଚ୍ଚାଘର ମାଟିକାନ୍ଥ ଭାଙ୍ଗି ଯାଇଛି। ବାଲିଅନ୍ତା ତହସିଲ ବ୍ରାହ୍ମଣଷଡ଼ଙ୍ଗୀ ରାଜସ୍ବ ସର୍କଲ ଅଧୀନ ସରକଣା ଉପରମୁଣ୍ଡ ସାହିରେ ୭ ଜଣଙ୍କର ମାଟିକାନ୍ଥ ଭାଙ୍ଗି ଯାଇଛି। ସୂଚନା ଅନୁସାରେ ମୀନା ନାଏକ,କବିତା ନାଏକ,କଳ୍ପନା ନାଏକ, ଭଗବାନ ନାଏକ, ରୀନା ନାଏକ, କେଳୁ ନାଏକ, ଆରତ ନାଏକ, ବିଦ୍ୟାଧର ନାୟକ , କାଳୀ ନାଏକ ଏବଂ ଗୋପି ନାଏକଙ୍କର ମାଟିଘର କାନ୍ଥ ଭାଙ୍ଗି ଯାଇଛି। ସେହିପରି ଜୟଦେବ ପଞ୍ଚାୟତ ଅଧୀନ ନାରାୟଣ ଭୋଇଙ୍କର ଘର ଭାଙ୍ଗି ଯାଇଥିବାରୁ ସେ ସ୍କୁଲ ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଉପରୋକ୍ତ ପରିବାରଙ୍କୁ ସରକାରଙ୍କର ପକ୍କାଘର ଯୋଜନାରେ ଘର ମିଳିପାରି ନାହିଁ।
ତେଣୁ ଏହି ପରିବାର ଲୋକ କଚ୍ଚାଘରେ ରହୁଥିଲେ। ହେଲେ ଆର୍ଥିକ ଅନଟନ ଯୋଗୁ ଛଣ ଛପର କରିପାରି ନଥିଲେ। ତେଣୁ ଉପରୁ ଘର ଭିତରେ ପାଣି ଲହଡ଼ି ମାରିବାରୁ ବହୁ ହୀନସ୍ତା ହୋଇଥିଲେ। ଥାଳି ତାଟିଆରେ ବୋହି ପାଣି ବୋହି ଖାଲିକରୁଥିବା ଦେଖିବାକୁ ମିଳିଥିଲା। ଏନେଇ ଉପରୋକ୍ତ ପରିବାର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ସମସ୍ୟାର ସମାଧାନ ନେଇ ସେମାନେ ପଞ୍ଚାୟତ ଜନ ପ୍ରତିନିଧିଙ୍କୁ ଫୋନକରି ଜଣାଇଥିଲେ ମଧ୍ୟ କିଛି ଶୁଣିନଥିବା କହିଛନ୍ତି। ବାଲିଅନ୍ତା ତହସିଲଦାର ଓ ବିଡିଓ ଏହାର ତଦନ୍ତ କରି ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି।
The post ଘରେ ଲହଡ଼ି ଭାଙ୍ଗିଲା ପାଣି, ଭୁଶୁଡ଼ିଲା ମାଟିକାନ୍ଥ first appeared on Sambad.from ଜିଲ୍ଲା | Sambad https://ift.tt/3oyIMMV
0 Comments