
ବାଲିଅନ୍ତା:ବାଲିଅନ୍ତା ବ୍ଲକ ଅଞ୍ଚଳରେ ବିଦେଶ ଫେରନ୍ତା ସନ୍ଦିଗ୍ଧ ଏବେ ଚିନ୍ତା ବଢ଼ାଇଛନ୍ତି। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଦୁଇଟି ପରିବାରର ୫ ଜଣ ଏବେ ବିଦେଶରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇଜଣ ମହିଳା ସନ୍ଦିଗ୍ଧ ଅଛନ୍ତି।
ଉପରୋକ୍ତ ଦୁଇ ପରିବାର ସଦସ୍ୟମାନଙ୍କର କରୋନା କିମ୍ବା ଓମିକ୍ରନ ଭୂତାଣୁ ସଂକ୍ରମିତ କି ନାହିଁ ତାହା ଜାଣିବା ପାଇଁ ଆରଟି ପିସିଆର ପରୀକ୍ଷା କରାଯାଇଛି। ହେଲେ ରିପୋର୍ଟ ଆସିନଥିବାରୁ ସେମାନେ କରୋନା ସଂକ୍ରମିତ କି ନାହିଁ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ତେଣୁ ସଂପୃକ୍ତ ପରିବାର ଲୋକଙ୍କୁ ୮ ଦିନ ପାଇଁ ଗୃହ ସଂଗରୋଧରେ ରହିବା ପାଇଁ କୁହାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ହେଲେ ଏହି ପ୍ରବାସୀ ଓଡ଼ିଆ ଗୃହ ସଂଗରୋଧ ନିୟମ ପାଳନ କରୁନଥିବା ସ୍ଥାନୀୟ ଲୋକ କହିଛନ୍ତି।
ସନ୍ଦିଗ୍ଧ ବ୍ୟକ୍ତିମାନେ ଘରଠାରୁ ଆରମ୍ଭ କରି ଗାଁ ଗଳି ଓ ଛକ ବଜାରରେ ବୁଲୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳରେ ଏନେଇ ରବିବାର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ଏନେଇ ହସ୍ପିଟାଲ, ଥାନା ଓ ତହସିଲ କର୍ତ୍ତୃପକ୍ଷଙ୍କୁ ଫୋନ କରି ଜଣାଇଛନ୍ତି। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଥବା ସ୍ଥାନୀୟ ପ୍ରଶାସନ ତରଫରୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ଉଠିଛି। ଜିଲ୍ଲା ପ୍ରଶାସନ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
The post କଟକଣା ମାନୁ ନାହାନ୍ତି ବିଦେଶ ଫେରନ୍ତା first appeared on Sambad.from ଜିଲ୍ଲା | Sambad https://ift.tt/3dnJSVc
0 Comments